କନକ ବ୍ୟୁରୋ : ଆଇଜିକେସି ମଲ୍ଟିସ୍ପେଶାଲିଟି ହସ୍ପିଟାଲ ପକ୍ଷରୁ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଯାଇଛି । ହସ୍ପିଟାଲ ପରିସରର ମଧ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ଜୀବନକୁ ଲୋକଙ୍କ ନିଷ୍ଠାପର ସେବାରେ ଉତ୍ସର୍ଗୀକୃତ କରିଥିବା ସମସ୍ତ ନର୍ସମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ ।

Advertisment

ଏହି କାର୍ଯ୍ୟକ୍ରମରେ ଆଇଜିକେସି ହସ୍ପିଟାଲର ଚେୟାରମ୍ୟାନ ଡାକ୍ତର ସୁବୋଧ ଦାଶ, ପ୍ରବନ୍ଧ ନିର୍ଦ୍ଦେଶକ ଡାକ୍ତର ପି.ସି. ଦଳେଇ, ନିର୍ଦ୍ଦେଶକ ଡାକ୍ତର ବୃନ୍ଦାବନ ନାହକ ଓ ଡାକ୍ତର ମନୋରଞ୍ଜନ ମହାପାତ୍ର, ପ୍ରସୂତୀ ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଅସୀମା ଦାଶ , ଡିଏମଏସ୍ ଡାକ୍ତର ଅଭିଷେକ ବାରିକ, ନର୍ସିଂ ସୁପରିଟେଣ୍ଡେଣ୍ଟ୍ ଯଶବନ୍ତୀ ନାୟକ , ପ୍ରଶାସନ ଓ ଅର୍ଥ ବିଭାଗର ଏଜିଏମ୍ ସୁବ୍ରତ ଦାଶ, ଏଜିଏମ୍ ଅପରେସନ୍ କୈଳାଶ ଚନ୍ଦ୍ର ଦଳେଇଙ୍କ ସମେତ ହସ୍ପିଟାଲର ଅନ୍ୟ ଡାକ୍ତର, ନର୍ସ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ଆଇଜିକେସି ହସ୍ପିଟାଲରେ ନର୍ସିଂ ସପ୍ତାହ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।