ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଅନ୍ତରାଷ୍ଟ୍ରୀୟ ପତ୍ରିକା ଟାଇମର କଭର୍ ପେଜ୍ ! ମୋଦିଙ୍କୁ “ଡିଭାଇଡର୍ ଇନ୍ ଚିଫ୍” ର ଉପାଧି ପ୍ରଦାନ କଲା ପତ୍ରିକା ଟାଇମ୍ ।

962

ଅନ୍ତରାଷ୍ଟ୍ରୀୟ ପତ୍ରିକା ଟାଇମ୍ ମେ ୨୦ ରେ ଆସୁଥିବା ନୂଆ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଭର୍ ପେଜରେ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି । ତେବେ ଏହି ପତ୍ରିକା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ବିବାଦୀୟ ଉପାଧି ଦେଇଛି । ମୋଦିଙ୍କୁ “India’s Divider in Chief”  ଅର୍ଥାତ୍ “ଭାରତକୁ ପ୍ରମୁଖ ରୁପରେ ବାଣ୍ଟୁଥିବା ବ୍ୟକ୍ତି”ର ଉପାଧି ଦିଆଯାଇଛି । ଟାଇମ୍ ପତ୍ରିକାର ଏସିଆ ଏଡିସନ୍ ରେ ଲୋକସଭା ନିର୍ବାଚନ ୨୦୧୯ ଏବଂ ଗତ ୫ ବର୍ଷରେ ମୋଦି ସରକାରର କାର୍ଯ୍ୟଦକ୍ଷତାକୁ ନେଇ ଗୁରୁତ୍ୱ ଦିଆଯାଇଛି । ଯାହାର ଶୀର୍ଷକ ରହିଛି “Can the World’s Largest Democracy Endure Another Five Years of a Modi Government?”

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ଉପରେ ଶକ୍ତ ଆଲୋଚନାତ୍ମକ ଟିପ୍ପଣୀ କରି ପତ୍ରିକାରେ ନେହେରୁଙ୍କ ସମାଜବାଦ ଏବଂ ଭାରତର ସାମାଜିକ ପରିସ୍ଥିତି ସହ ତୁଳନା କରାଯାଇଛି । ଆତିଶ୍ ତାସିର ନାମକ ଜଣେ ପତ୍ରକାରଙ୍କ ଦ୍ୱାରା ଲିଖିତ ଏହି ଆଲେଖ୍ୟରେ କୁହାଯାଇଛି ଯେ ନରେନ୍ଦ୍ର ମୋଦି ହିନ୍ଦୁ ଏବଂ ମୁସଲିମ୍ ଙ୍କ ଭିତରେ ଥିବା ଭାଇଚାରାର ଭାବନାକୁ ବଢାଇବାର କୌଣସି ପ୍ରଚେଷ୍ଟା ଦେଖାଯାଇନଥିଲା । ଲେଖକ କହିଛନ୍ତି ୨୦୧୪ ରେ ଲୋକଙ୍କ ମଧ୍ୟରେ ଥିବା କ୍ରୋଧକୁ ମୋଦି ଆର୍ଥିକ ପ୍ରତିଶୃତିରେ ବଦଳାଇ ଦେଲେ । ସେ ଚାକିରୀ ଏବଂ ବିକାଶର କଥା କହି ସମସ୍ତଙ୍କୁ ମିଛ ବିଶ୍ୱାସ ଦେଲେ । ମୋଦିଙ୍କ ଦ୍ୱାରା ଆର୍ଥିକ ଚମତ୍କାର ଆଣିବା ଭଳି କଥା ଫେଲ୍ ହୋଇଯାଇଛି । କେବଳ ଏତିକି ନୁହଁ ବିଷାକ୍ତ ଧାର୍ମିକ ରାଷ୍ଟ୍ରବାଦର ପରିବେଶ ସୃଷ୍ଟି କରିବାରେ ସେ ସହାୟକ ହୋଇଛନ୍ତି । ଏହି ଲେଖରେ ଲିଚିଙ୍ଗ୍ ଏବଂ ଗାଇକୁ ନେଇ ହେଉଥିବା ହିଂସାର ମଧ୍ୟ କଥା ଉଠାଯାଇଛି ।

Comments are closed.