ଆଜି ବିଶ୍ବ ଶ୍ରମିକ ଦିବସରେ ଦୁଃଖ ବଖାଣିଲେ ଶ୍ରମିକ । କରୋନା ପାଇଁ କାମ ମିଳୁନଥିବାରୁ ଦୁଃଖବ୍ୟକ୍ତ କଲେ ପୁରୀର ଶ୍ରମିକ

143

କନକ ବ୍ୟୁରୋ : ଆଜି ବିଶ୍ୱ ଶ୍ରମିକ ଦିବସ । ଆଜିର ଦିନ ଶ୍ରମିକମାନଙ୍କ ପାଇଁ ଥାଏ । ହେଲେ ଯେଉଁମାନେ ଦିନ ମଜୁରିଆ ରହିଛନ୍ତି ସେମାନେ ଶ୍ରମିକ ଦିବସର ମାନେ ହିଁ ବୁଝି ନାହାନ୍ତି । ସେମାନଙ୍କ ପାଇଁ ପ୍ରତ୍ୟେକ ଦିନ କାମ କରିବା ଏବଂ ୨ ପଇସା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରିବା ମୁଖ୍ୟ ହୋଇପଡ଼ିଛି । ହେଲେ କୋଭିଡ ପାଇଁ କାମ ମିଳୁନଥିବାରୁ ସମସ୍ୟା ଘେରରେ ପଡ଼ି ଯାଇଛନ୍ତି ଦିନ ମଜୁରିଆ । ଏହି ସମୟରେ କେମିତି ପରିବାର ଚଳିବ କିପରି ଛୁଆ ପିଲାଙ୍କ ମୁହଁରେ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ଼ କରିବେ ସେନେଇ ଏବେ ଚିନ୍ତାରେ ପୁରୀ ବଡ଼ଦାଣ୍ଡର ଦିନ ମଜୁରିଆ ।