ଆନ୍ତର୍ଜାତୀକ ଶ୍ରମିକ ଦିବସ-୨୦୧୮ ଉଦଘାଟିତ ହୋଇଯାଇଛି : ଶ୍ରମିକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲୋକାର୍ପଣ କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

54

କନକ ବ୍ୟୁରୋ : ଆଜି ଶ୍ରମିକ ଦିବସ । ଏହି ଅବସରରରେ ଆନ୍ତର୍ଜାତୀକ ଶ୍ରମିକ ଦିବସ-୨୦୧୮କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାକୁ ଏକ ସମୃଦ୍ଧ ରାଷ୍ଟ୍ର ଭାବେ ଗଢିତୋଳିବା ପାଇଁ ଶ୍ରମିକଙ୍କ କର୍ତ୍ତବ୍ୟ ନିଷ୍ଠାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ମଧ୍ୟ ପ୍ରଣୟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରବାସୀ ଶ୍ରମିକଙ୍କ ପାଇଁ କଂଟାବାଞ୍ଝି, ବାଲୁଗାଁ ଓ ପଦ୍ମପୁର ଠାରେ ପ୍ରବାସୀ ଶ୍ରମିକ ସହାୟତା ଓ ସାଧନ କେନ୍ଦ୍ର-ଶ୍ରମିକ ସାରଥୀର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାର ବିସ୍ତୃତ ପ୍ରଚାର ଓ ପ୍ରସାର ପାଇଁ ଶୁଣ ଶ୍ରମିକ ନାମକ ଏକ ଗୋଷ୍ଠୀ ରେଡିଓ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରାଯାଇଛି । ଲୋକସେବା ଅଧିକାର ପୋର୍ଟାଲ ମାଧ୍ୟମରେ କୋଠାବାଡି ଓ ଅନ୍ୟାନ୍ୟ ଶ୍ରମିକଙ୍କ ପାଇଁ ସହାୟତା ମଡ୍ୟୁଲର ଅନାବରଣ କରାଯାଇଛି । ଏହା ସହ ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ ପାଇଁ ୪୪ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ ମଧ୍ୟ କରାଯାଇଛି । ଏହା ସହ ନିର୍ମାଣ ଶ୍ରମିକ ଡଟ କମ ନାମକ ଏକ ୱେବସାଇଟ ମାଧ୍ୟମରେ ଶ୍ରମିକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲୋକାର୍ପଣ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ।