ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟୋପ୍ପୋ ପାଇବେ ଏକଲବ୍ୟ ପୁରସ୍କାର । ସମ୍ମାନିତ ହେବେ ସ୍ନେହା ସୋରେନ ଓ ଋତୁପର୍ଣ୍ଣା ପଣ୍ଡା

Advertisment
ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟୋପ୍ପୋ ପାଇବେ ଏକଲବ୍ୟ ପୁରସ୍କାର । ସମ୍ମାନିତ ହେବେ ସ୍ନେହା ସୋରେନ ଓ ଋତୁପର୍ଣ୍ଣା ପଣ୍ଡା

କନକ ବ୍ୟୁରୋ : ଅର୍ନ୍ତଜାତୀୟ ହକି ଖେଳାଳି ନମିତା ଟୋପ୍ପୋଙ୍କୁ ୨୦୨୦ ମସିହା ପାଇଁ ସମ୍ମାଜନକ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯିବ। ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୨୮ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଯାଇଛି। କୋଭିଡ୍‌ କଟକଣାର ସମସ୍ତ ନିୟମ ପାଳନ ପୂର୍ବକ ଆଗାମୀ ଦିନରେ ଏକ ନିରାଡାମ୍ବର କାର୍ୟ୍ୟକ୍ରମରେ ତାଙ୍କୁ ୫ ଲକ୍ଷ ଟଙ୍କା ଓ ମାନପତ୍ରରେ ପୁରସ୍କୃତ କରାଯିବ।

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଳକର ଜଉରାମାଲ ଗାଁର ନମିତା ଟୋପ୍ପୋ ୧୯୯୫ ମସିହା ଜୁନ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ରାଉରକେଲା ପାନପୋଷ କ୍ରୀଡା ଛାତ୍ରାବାସର ଛାତ୍ରୀ ଥିଲେ। ସେ ୨୦୧୮ ଏପ୍ରିଲ ୧ ତାରିଖ ଠାରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ଭାରତୀୟ ହକି ଦଳରେ ପ୍ରାୟ ସମସ୍ତ ଅର୍ନ୍ତଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିନିତ୍ୱ କରି ବହୁବାର ଭାରତର ବିଜୟରେ ଗୁରୁତପୁର୍ଣ୍ଣ ଭୂମିକା ତୁଲାଇଛନ୍ତି। ଏଥି ପାଇଁ ସେ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟା ବିବେଚିତ ହୋଇଛନ୍ତି।

ଆର୍ନ୍ତଜାତୀୟ ଭାରୋତ୍ତୋଳନକାରୀ ସ୍ନେହା ସୋରେନ୍‌ ଓ ଆର୍ନ୍ତଜାତୀୟ ବ୍ୟାଡମିଣ୍ଟନ୍‌ ଖେଳାଳି ଋତୁପର୍ଣ୍ଣା ପଣ୍ଡା, ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଓ ମାନପତ୍ର ଦ୍ୱାରା ସମ୍ମାନିତ କରାଯିବ ବୋଲି ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe