ନୁପୂର ବିବାଦ, ଭାରତ ଉପରେ ସାଇବର ଆଟାକ୍: ଏକା ସାଙ୍ଗରେ ୧୩ ହଜାର ହ୍ୟାକରଙ୍କ ଆକ୍ରମଣ

315

କନକ ବ୍ୟୁରୋ: ନୁପୂର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଆତଙ୍କବାଦୀ ସଙ୍ଗଠନ ଅଲକାଇଦାର ଧମକ ପରେ ଭାରତ ଉପରେ ହୋଇଛି ବଡ଼ ଧରଣର ସାଇବର ଆଟାକ୍ । ଇସ୍ରାଇଲରେ ଥିବା ଭାରତୀୟ ଦୂତବାସ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚର ମ୍ୟାନେଜମେଂଟ୍ ଏବଂ କୃଷି ଗବେଷଣା କେନ୍ଦ୍ରର ଇ-ପୋର୍ଟାଲ ସମେତ ମୋଟ ୭୦ ଟି ସରକାରୀ ଏବଂ ଘରୋଇ ୱେବ୍ସାଇଟ୍ ଉପରେ ସାଇବର ଆକ୍ରମଣ କରିଛନ୍ତି ୧୩ ହଜାରରୁୁ ଅଧିକ ହ୍ୟାକର ।

ମାଲେସିଆର ଡ୍ରାଗନ ଗ୍ରୁପ୍ର ହ୍ୟାକରମାେନେ ଆକ୍ରମଣ କରି ଏହି ଆକ୍ରମଣ କରିଥିବା ବେଳେ ଭାରତର ୫୦ରୁ ଅଧିକ ୱେବସାଇଟ୍ ଅଚଳ ହୋଇଯାଇଛି । ହ୍ୟାକରମାନେ ୱେବସାଇଟ୍ ଗୁଡିକୁ ହ୍ୟାକ୍ ଅଡିଓ ଏବଂ ମେସେଜରେ ‘ତୁମ ପାଇଁ ତୁମ ଧର୍ମ ଏବଂ ମୋ ପାଇଁ ମୋ ଧର୍ମ’ ବାର୍ତା ଦେଇଥିବା ଦେଖିବାକୁ ମିଳିଛି । ଏହା ସାରା ବିଶ୍ୱରେ ରହୁଥିବା ମୁସଲିମ ହ୍ୟାକରମାନେ ଏଭଳି କରିଥିବା ଜଣାପଡିଛି । ଇସ୍ରାଇଲରେ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣରେ କିଛି ସାଇଟ୍ ଏବେବି କାମ କରୁନାହିଁ । ହ୍ୟାକରମାନେ କିଛି ଦରକାରୀ କାଗଜପତ୍ର ଇଂଟରନେଟ୍ରେ ଛାଡିଦେଇଛନ୍ତିି । ୧୩ ହଜାରରୁ ଅଧିକ ହ୍ୟାକର ଥିବା ଏହି ଗ୍ରୁପ୍ ଏକ ବ୍ୟାଙ୍କ ୱେବସାଇଟ୍ ହ୍ୟାକ କରିବାକୁ ଚେଷ୍ଟା କରିଥିବା ସାଇବର ସୁରକ୍ଷା ଏକ୍ସପର୍ଟମାନେ କହିଛନ୍ତି । ତେବେ ପୁଣି ଏସବୁ ୱେବସାଇଟ୍କୁ ଠିକ୍ କରାଯାଇଥିବା ସରକାରୀ ସୂତ୍ରରୁୁ ସୂଚନା ମିଳିଛି ।

ନୁପୂର ଶର୍ମାଙ୍କ ବୟାନକୁ ନେଇ ଉଗ୍ର ରୂପ ଧାରଣ କରିଥିବା ବିକ୍ଷୋଭ ଧିରେ ଧିରେ ଶାନ୍ତ ପଡୁଛି । ହିଂସା ଭିଆଇଥିବା ବିକ୍ଷୋଭକାରୀଙ୍କ ଗିରଫଦାରୀ ସଂଖ୍ୟା ୫ ଶହ ଟପି ଯାଇଛି । ୫୦ରୁ ଅଧିକ ମାମଲା ରୁଜୁ ହୋଇଥିବା ପରିସ୍ଥତିକୁ ନିୟନ୍ତ୍ରଣ କରିବାକୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ଉତରପ୍ରଦେଶରେ ହିଂସାକାଣ୍ଡରେ ସାମିଲ ଥିବା ୩୩୩ ଜଣଙ୍କୁ ଯୁପି ପୁଲିସ ଗିରଫ କରିବା ସହ ୧୩ ଟି ମାମଲା ରୁଜୁ କରିଛି । ସେମାନଙ୍କ ମଧ୍ୟରୁ ପ୍ରୟୋଗରାଜରେ ୯୨, ସାହାରଙ୍ଗପୁରରେ ୮୧, ହାଥରସରେ ୫୧, ଆମ୍ବେଦକର ନଗରରେ ୪୧, ମୋରଦାବାଦରେ ୪୦ ଜଣ ଅଭିଯୁକ୍ତ ଅଛନ୍ତି । ପଶ୍ଚିମବଙ୍ଗର ହାଉଡା ଏବଂ ନଦିଆ ଅଂଚଳରେ ହୋଇଥିବା ହିଂସାକାଣ୍ଡରେ ସାମିଲ ଥିବା ୨୦୦ ଜଣଙ୍କୁ ଗିରଫ କରିବା ସହ ପୁଲିସ ୪୨ ଟି ମାମଲା ରୁଜୁ କରିଛି । ଏପଟେ ଥାନେରେ ନୂପୂରଙ୍କ ସମର୍ଥନରେ ସୋଶିଆଲ ମିଡିଆରେ ପୋଷ୍ଟ କରିଥିବା ଜଣେ ଯୁବକଙ୍କ ବିରୋଧରେ ମହାରାଷ୍ଟ୍ର ପୁଲିସ ମାମଲା ରୁଜୁ କରିଛି । କଡା କାର୍ଯ୍ୟାନୁଷ୍ଠାନ ପରେ ସବୁ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ କୌଣସି ପ୍ରକାରର ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।