ଅନ୍ତର୍ଜାତୀୟ ବିମାନ ଚଳାଚଳ ନେଇ ବଡ ନିଷ୍ପତ୍ତି , ଡିସେମ୍ବର ୧୫ରୁ ହୋଇପାରେ ସ୍ୱଭାବିକ

90

କନକ ବ୍ୟୁରୋ : କରୋନା ସଂକ୍ରମଣ ଆରମ୍ଭରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପର୍ଯ୍ୟାୟକ୍ରମେ ପ୍ରତିବନ୍ଧକ ଲାଗିଥଲା । ଏହାପରେ ଏବେ ପୁଣି ଡିସେମ୍ବର ୧୫ ରୁ ଏହି ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ୱଭାବିକ ହୋଇପାରେ ବୋଲି ସୂତ୍ର ମାଧ୍ୟମରେ ସୂଚନା ମିଳିଛି । କୁହାଯାଇଛି କି ୧୪ ଟି ଦେଶକୁ ବାଦ ଦେଇ ବିଶ୍ୱର ଅନ୍ୟ ସମସ୍ତ ଦେଶ ସହ ଡିସେମ୍ବର ୧୫ ରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହୋଇପାରେ ।

ଡିସେମ୍ବର ୧୫ ତାରିଖରୁ ୟୁକେ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ଫିନଲାଣ୍ଡ, ସାଉଥ ଆଫ୍ରିକା, ବ୍ରାଜିଲ, ଚୀନ, ମୋରିସନ, ସିଙ୍ଗାପୁର, ବାଂଲାଦେଶ, ବୋତସ୍ୱନା, ଜିମ୍ବାୱେ ଓ ନ୍ୟୁଜିଲାଣ୍ଡ ବ୍ୟତୀତ ଅନ୍ୟ ସମସ୍ତ ଦେଶକୁ ବିମାନ ଚଳାଚଳ କରିପାରେ । କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ୧୪ ଦେଶ ସହିତ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ଏୟାର ବବଲ ଏଗ୍ରିମେଣ୍ଟ କ୍ରମେ ଏହି ୧୪ ଟି ଦେଶସହ ପୂର୍ବଭଳି ବିମାନ ଚଳାଚଳ ଜାରି ରହିବ ।

୨୦୨୦ ମାର୍ଚ୍ଚ ମାସରେ ଭାରତରେ କରୋନା ସଂକ୍ରମଣ ଦେଖାଦେବା ପରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ସରକାର ପ୍ରତିବନ୍ଧକ ଲଗାଇଥିଲେ । ଏହାପରେ ବନ୍ଦେ ଭାରତ ଫ୍ଲାଇଟ୍ସ ଓ ବବଲ ଏଗ୍ରିମେଣ୍ଟ ମାଧ୍ୟମରେ ବିମାନ ସେବା ଆରମ୍ଭ କରାଯାଇଥିଲା ।

ଅନ୍ୟପଟେ ଡିସେମ୍ବର ମାସ ସୁଦ୍ଧା ଟିକାକରଣ କଭରେଜ ବୃଦ୍ଧି ପାଇବ । ଏପର୍ଯ୍ୟନ୍ତ ଦେଶର ୪୦ ପ୍ରତିଶତ ନାଗରିକଙ୍କୁ କରୋନା ଟିକାର ଉଭୟ ଖୋରାକ ଦିଆଯାଇ ସାରିଛି । ଅନୁମାନ କରାଯାଉଛି କି ବେସାମରିକ ବିମାନ ଚଳାଚଳ ବିଭାଗ ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା କରି ଏଭଳି ନିଷ୍ପତ୍ତି ନେଇଛନ୍ତି ।