ଜୁନ ୩୦ ଯାଏଁ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା

Advertisment
ଜୁନ ୩୦ ଯାଏଁ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା

କନକ ବ୍ୟୁରୋ : କରୋନା ମହାମାରୀ ମଧ୍ୟରେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଅର୍ଥାତ ଡିଜିସିଏ କହିଛି ଯେ ପ୍ରତ୍ୟେକ ପ୍ରସଙ୍ଗକୁ ବିଚାର କରି ମନୋନୀତ ମାର୍ଗରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅନୁମତି ଦେଇ ପାରିବେ। ସୂଚନା ଥାଉ କି ଯେ ଦେଶରେ କରୋନା ମହାମାରୀ ହେତୁ ୨୩ ମାର୍ଚ୍ଚ ୨୦୨୦ ରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରହିଥିଲା।

ତେବେ, ମେ ୨୦୨୦ ଠାରୁ, ବନ୍ଦେ ଭାରତ ଅଭିଯାନ ଏବଂ ଜୁଲାଇ ୨୦୨୦ ରୁ ଦ୍ୱିପାକ୍ଷିକ ଏୟାର ବବଲ ବ୍ୟବସ୍ଥାରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ କରାଯାଇଛି। ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, କେନିଆ, ଭୁଟାନ ଏବଂ ଫ୍ରାନ୍ସ ସମେତ ୨୭ଟି ଦେଶ ସହିତ କେନ୍ଦ୍ର ସରକାର ଏୟାର ବବଲ ଚୁକ୍ତି କରିଛନ୍ତି। ସୂଚନା ଥାଉ କି ଯେ ଏୟାର ବବଲ ଚୁକ୍ତିନାମା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ସେମାନଙ୍କ ଅଞ୍ଚଳ ମଧ୍ୟରେ ଉଡିପାରିବ।

ପ୍ରକାଶ ଥାଉକି, ଡିଜିସିଏ ଦ୍ୱାରା ଶୁକ୍ରବାର ପ୍ରକାଶିତ ଏହାର ସରକାରୀ ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ଏହି ନିଲମ୍ବନ ଅନ୍ତର୍ଜାତୀୟ କାର୍ଗୋ ବିମାନ ଉପରେ ପ୍ରଭାବ ପକାଇବ ନାହିଁ। ସୂଚନାଯୋଗ୍ୟ ଯେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉପରେ ସ୍ଥଗିତାଦେଶ ସମ୍ପର୍କରେ ଏହି ନିଷ୍ପତ୍ତି କରୋନାର ଦ୍ୱିତୀୟ ଲହରୀ ମଧ୍ୟରେ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe