୨୦ଟି ଟିମକୁ ନେଇ ଖେଳାଯିବ ଟି-୨୦ ବିଶ୍ୱକପ୍ ! ଆଇସିସି ପ୍ରସ୍ତୁତ କରୁଛି ନୂଆ ପ୍ଲାନ୍ ।

692

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଭାଗ ନଉଥିବା ଦେଶମାନଙ୍କ ସଂଖ୍ୟା ୨୦କୁ ବୃଦ୍ଧି କରିବାକୁ ଯୋଜନା କରୁଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ । ଆଉ ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ, ତେବେ ୨୦୨୪ ଟି-୨୦ କ୍ରିକେଟ୍ ବିଶ୍ୱକପରେ ୨୦ଟି ଦେଶ ମଧ୍ୟରେ ହେବ ଦମଦାର ଫାଇଟ୍ । ଆଇସିସିର ପ୍ଲାନ୍ ଅନୁଯାୟୀ, ୨୦୨୪ରେ ହେବାକୁ ଥିବା ବିଶ୍ୱକପର ପ୍ରଥମ ଫେଜରେ ୫ଟି ଟିମକୁ ୪ଟି ଲେଖାଏଁ ଗ୍ରୁପରେ ରଖାଯିବ । ପ୍ରତି ଗ୍ରୁପରେ ଗୋଟିଏ କି ଦୁଇଟି ଶକ୍ତିଶାଳୀ ଦେଶ ରହିବେ । ତେବେ ଏଥର ଭାରତରେ ଖେଳାଯିବ ଟି-୨୦ ବିଶ୍ୱକପ୍ । ଆଉ ଏଥିରେ ୧୬ଟି ଟିମ୍ ହିଁ ଭାଗ ନେବେ ।

ତେବେ କେବଳ ଟି-୨୦ ନୁହେଁ, ଦିନିକିଆ ବିଶ୍ୱକପରେ ମଧ୍ୟ ଦେଶମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ବିଚାର କରୁଛି ଆଇସିସି । ଯଦି ଯୋଜନା କାର୍ଯ୍ୟକାରୀ ହୁଏ, ତେବେ ୨୦୨୩ ପରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ୧୦ଟି ଦେଶ ବଦଳରେ ୧୪ଟି ଦେଶ ଭାଗ ନେବେ । ୨୦୧୯ରେ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପରେ ୧୦ଟି ଦେଶ ଅଂଶଗ୍ରହଣ କରିଥିଲେ ।