ଧରାପଡିବ ପାକିସ୍ତାନର ମିଛ । ଜୁଲାଇ ୧୭ରେ କୂଳଭଷଣ ମାମଲାର ଆସିବ ରାୟ, ଅନ୍ତର୍ଜାତୀୟ କୋର୍ଟରେ ହେବ ଶୁଣାଣି

ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ପାଇଁ ଜୁଲାଇ ୧୭ ତାରିଖ ଦିନ ଅନ୍ତର୍ଜାତୀୟ ଅଦାଲତ ଭାରତ କରିଥିବା ଆବେଦନ ଉପରେ ରାୟ ଶୁଣାଇବେ।

97

କନକ ବ୍ୟୁରୋ: ଅନ୍ତର୍ଜାତୀୟ ନ୍ୟାୟାଳୟରେ ଆସନ୍ତା ୧୭ ତାରିଖରେ ହେବ କୁଳଭୂଷଣ ମାମଲାର ରାୟ । ଏହି ଦିନ ଭାରତର ଆବେଦନ ନେଇ ନିଜର ଫୈସଲା ଶୁଣାଇବେ ଇଂଟର ନାସନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ । ଗୁରୁବାର ଏନେଇ ସୂଚନା ଦେଇଛି ଆଇସିଜେ ।

ଭାରତ ଅନ୍ତର୍ଜାତୀୟ ଅଦାଲତଙ୍କୁ ଅନୁରୋଧ କରିଛି ପାକିସ୍ତାନକୁ କୁଳଭୂଷଣ ଉପରେ ଲଗାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ପ୍ରତ୍ୟାହାର କରିବାକୁ । ଭିଏନା ଚୁକ୍ତିକୁ ଉଲଂଘନ କରି ପାକିସ୍ତାନ , କୁଳଭୂଷଣକୁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରି ଜେଲରେ ରଖିଛି । ଗତ ୨୦୧୭ ଅପ୍ରେଲ ମାସରେ ପାକିସ୍ତାନର ସେନା କୋର୍ଟ କୁଲଦୀପଙ୍କୁ ଗୁଇନ୍ଦାଗିରି ଓ ଆତଙ୍କବାଦ ପରି ଅଭିଯୋଗରେ ମୃତ୍ୟୁ ଦଣ୍ଡ ଶୁଣାଇଛି । ପାକିସ୍ତାନ ୨୦୧୬ ମାର୍ଚରେ କୁଲଭୂଷଣଙ୍କୁ ବଲୁଚିସ୍ତାନ ଅଂଚଳରୁ ଗିରଫ କରିଥିବା ଦାବି କରିଛି । ତେବେ ସୂଚନା ଅନୁସାରେ ଭାରତର ପୂର୍ବତନ ନେଭି ଅଫିସର ଇରାନ୍ ଟ୍ରିପରେ ଥିବା ବେଳେ ସେଠାରୁ ତାଙ୍କୁ ଅପହରଣ କରାଯାଇଥିଲା । ପାକିସ୍ତାନ କୁଳଭୂଷଣଙ୍କୁ ମିଥ୍ୟା ମାମଲାରେ ଗିରଫ କରି ମୃତ୍ୟୁଦଣ୍ଡ ଶୁଣାଇବା ବିରୋଧରେ ଅନ୍ତର୍ଜାତୀୟ ଅଦାଲତର ଦ୍ୱାରସ୍ଥ ହୋଇଥିଲା ଭାରତ ।