କନକ ବ୍ୟୁରୋ : ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ । ଏହି ଅବସରରେ ସକାଳୁ ସକାଳୁ ପୁରୀ ବେଳାଭୂମିରେ ଆୟୋଜନ ହୋଇଛି ବଡ ଧରଣର ସଫେଇ କାର୍ଯ୍ୟକ୍ରମ । ପୁରୀ ଜିଲ୍ଲା ପ୍ରଶାସନ ଏହାର ଆୟୋଜନ କରିଥିଲା । ଏକ ସାଙ୍ଗରେ ପୁରୀ ଜିଲ୍ଲାରେ ୫୧ଟି ସ୍ଥାନରେ ହୋଇଛି ସଫେଇ କାମ । ପୁରୀ ପୌରସଂସ୍ଥା ଅଧିନ ହୋଟେଲ ଷ୍ଟର୍ଲିଂ ଠାରୁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଯାଏଁ ୧୦ଟି ସ୍ଥାନ, କୋଣାର୍କରେ ୧୦ଟି , କୃଷ୍ଣପ୍ରସାଦର ୧୧ଟି, ବ୍ରହ୍ମଗିରି, ଅସ୍ତରଙ୍ଗ, ଗୋପ ଓ କାକଟପୁରରେ ପ୍ରତ୍ୟକ ୫ଟି ସ୍ଥାନରେ ହୋଇଛି ସଫେଇ କାମ ।
ପ୍ରତ୍ୟେକ ସ୍ଥାନରେ ୧୦ ଜଣ ସ୍ୱେଛାସେବୀ, ଜଣେ ନୋଡାଲ ଅଫିସର ନିଯୁକ୍ତ ହୋଇଥିଲେ । କରୋନା କାଳରେ ସାମାଜିକ ଦୂରତା ବଜାୟ ରଖି ଏହି ସଫେଇ କାମ କରାଯାଇଛି । ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ବେଳାଭୂମି ଓ ସମୁଦ୍ର ସୁରକ୍ଷା ସଚେତନତା ପାଇଁ ଏହି ପ୍ରୟାସ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/vlcsnap-2019-09-21-19h05m56s288-1-750x430.png)