ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବକ୍ସର ଦିନେଶ କୁମାର ୧୭ଟି ସ୍ୱର୍ଣ୍ଣ, ଗୋଟିଏ ରୂପା, ୫ଟି ବ୍ରୋଞ୍ଜ ପଦକ ହାସଲ କରିଥିବା ସତ୍ତ୍ୱେ ଆଜି ସେ ରାସ୍ତାକଡ଼ରେ କୁଲଫି ବିକ୍ରି କରୁଛନ୍ତି। ଦିନେଶଙ୍କ କୁଲଫି ବିକ୍ରି କରୁଥିବା ଫଟୋ ସହ ତାଙ୍କର ସଂଘର୍ଷମୟ ଜୀବନ ଏବେ ଆଲୋଚନାର ବିଷୟ ପାଲଟିଛି।
ସବୁକିଛି ଠିକଠାକ୍ ଚାଲିଥିଲା, ସଫଳତାର ଗୋଟିଏ ପରେ ଗୋଟିଏ ପାହାଚକୁ ଅତିକ୍ରମ କରି ଜାତୀୟ ସ୍ତରରୁ ଆରମ୍ଭ କରି ଅନ୍ତର୍ଜତୀୟ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେଇ ୧୭ଟି ସ୍ୱର୍ଣ୍ଣ, ଗୋଟିଏ ରୂପା, ୫ଟି ବ୍ରୋଞ୍ଜ ପଦକ ଜିତି ନିଜର ପରିଶ୍ରମର ଫଳ ଲଗାତାର ହାସଲ କରି ଚାଲୁଥିଲେ ବକ୍ସର ଦିନେଶ କୁମାର। ହେଲେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେବା ପରେ ସବୁକିଛି ଓଲଟା ପାଲଟା ହୋଇଯାଇଥିଲା। ଦିନେଶଙ୍କ ବାପା ଚିକିତ୍ସା ପାଇଁ ଧାର ଉଧାର କରି ଟଙ୍କା ଯୋଗାଡ କରିଥିଲେ । ଅନ୍ୟ ପଟେ ପୁଅର ଏକ ଅନ୍ତର୍ଜାତୀୟ ପ୍ରସ୍ତୁତି ପାଇଁ କରିଥିବା ବ୍ୟାଙ୍କ ଋଣ ସୁଝିବା ସାଜିଥିଲା ଦିନେଶଙ୍କ ବାପାଙ୍କ ପାଇଁ କାଠିକର ପାଠ । ଶେଷରେ ଏସବୁ ଋଣରୁ ମୁକୁଳିବା ପାଇଁ ବାପାଙ୍କ ସହ ମିଶି କୁଲଫି ବିକ୍ରି କରିବା ଛଡା ଦିନେଶଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନଥିଲା।
ଦିନେଶ ଜଣେ ଉଚ୍ଚକୋଟିର ତଥା ଫୂର୍ତ୍ତିଲା ବକ୍ସର ଅଟନ୍ତି ବୋଲି କୋଚ ଭଗବାନ କହନ୍ତି। ଏହାସହ ସେ କହିଛନ୍ତି ଯେ ଅନେକ ପଦକ ବିଜେତା ଯେ ଆଇସକ୍ରିମ ବିକ୍ରି କରିବ ଏକ ବିଡମ୍ବନାର ବିଷୟ । ଆହତ ଓ ଅଭାବ ଭଳି ସମସ୍ୟାରୁ ମୁକୁଳି ପାରିଲେ ସେ ପୁଣି ରିଂଗକୁ ଫେରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/Dinesh-Kuamnr-01-800x445.jpg)
/kanak/media/post_attachments/wp-content/uploads/2018/10/748740-boxer-dinesh-kumar-kulfi-twitter-ani-300x169.jpg)
/kanak/media/post_attachments/wp-content/uploads/2018/10/Good_Web-2-750x500-300x200.jpg)