କନକବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ତାରକା ତଥା ଅଲିମ୍ପିକ ପଦକ ବିଜୟିନୀ ସାଇନା ନେହୱାଲ । ଶ୍ରୀଜିଉଙ୍କୁ ଆଳତି ଦର୍ଶନ କରିବାର ସୁଯୋଗ ମିଳିଥିବାରୁ ଭାବବିହ୍ୱଳ ହୋଇପଡ଼ିଥିବା କହିଛନ୍ତି ସାଇନା ।
ଶ୍ରୀମନ୍ଦିରରେ ପ୍ରାୟ ଏକ ଘଂଟା ରହିବା ସହ ମହାପ୍ରସାଦ ସେବନ କରିଛନ୍ତି । ସାଇନାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜିଉଙ୍କ ମୂର୍ତ୍ତୀ ଉପହାରରେ ଦିଆଯାଇଛି ।
ଶ୍ରୀକ୍ଷେତ୍ର ଆସିବାର ସୁଯୋଗ ମିଳିଥିବାରୁ ସେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ସେବାୟତ ମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଆଣ୍ଠୁ ସମସ୍ୟା ପାଇଁ ଏବେ ଖେଳରୁ ଦୂରେଇ ରହିଛନ୍ତି ସାଇନା । କିନ୍ତୁ ନିଜକୁ ଫିଟ୍ ରଖିବା ସହ ଆଗକୁ ଖେଳିବାକୁ ଇଚ୍ଛା ଥିବା ସେ କହିଛନ୍ତି । ଚଳିତ ମାସ ୧୭ ତାରିଖରେ ୩୪ ତମ ଜନ୍ମଦିନ ମନାଇଛନ୍ତି ସାଇନା ନେହୱାଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/PHOTO-01010002.png)