ରେଳ ସେବା ପରେ ବିମାନ ସେବା ଉପରେ ବଢିଲା କଟକଣା । ଜୁଲାଇ ୧୫ ଯାଏଁ ଉଡିବନି ଅନ୍ତର୍ଜାତୀୟ ବିମାନ, ଗତକାଲି ଅଗଷ୍ଟ ୧୨ ତାରିଖ ଯାଏଁ ବାତିଲ ହୋଇଛି ନିୟମିତ ରେଳ ଚଳାଚଳ ।

546

କନକ ବ୍ୟୁରୋ: ବିମାନଯାତ୍ରୀଙ୍କ ପାଇଁ ବଡ଼ ଖବର । ବିଦେଶକୁ ଉଡିବନି ନିୟମିତ ବିମାନ । ଜୁଲାଇ ୧୫ ପର୍ଯ୍ୟନ୍ତ ବିମାନ ବିମାନ ଉଡାଣ ବନ୍ଦ ରଖିବାକୁ ନିଷ୍ପତି ନେଇଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ । ଅର୍ଥାତ ଜୁଲାଇ ୧୫ ପର୍ଯ୍ୟନ୍ତ କୌଣସି ଆନ୍ତର୍ଜାତୀକ ବିମାନ ଭାରତରୁ ବିଦେଶକୁ ଯାଇପାରିବ ନାହିଁ କିମ୍ବା କୌଣସି ଆନ୍ତର୍ଜାତିକ ବିମାନ ବିଦେଶରୁ ଭାରତକୁ ଆସିପାରିବ ନାହିଁ ।

ତେବେ ସବୁଠାରୁ ବଡ଼କଥା ହେଲା, ବିଦେଶରୁ ଆସୁଥିବା କାର୍ଗୋ ବିମାନ ଉପରେ ଏହି କଟକଣା ଲାଗୁ ହେବ ନାହିଁ । ଗତକାଲି ନିୟମିତ ଟ୍ରେନ ଚଳାଚଳକୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବାତିଲ କରିଥିଲା ରେଳବାଇ ବୋର୍ଡ । ତେବେ ଦେଶରେ ବର୍ତ୍ତମାନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ଏପରିକି ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଥିବାରୁ ବିଭିନ୍ନ ସମୟରେ କଠୋର ନିଷ୍ପତ୍ତି ନେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଆଉ ବିଶେଷଜ୍ଞଙ୍କ କହିବା ମୁତାବକ ଜୁଲାଇ ମାସରେ ସଂକ୍ରମଣର ସର୍ବୋଚ୍ଚସ୍ତର ଛୁଇଁବାକୁ ନେଇ ସତର୍କ କରାଇଥିବାବେଳେ ଏନେଇ ପୂର୍ବପ୍ରସ୍ତୁତ ରହିଛନ୍ତି ସରକାର ।