ସାରୁଅ ଜମି ଦୁର୍ନୀତି ମାମଲାରେ ବଢ଼ିଲା ଜଗି ମଙ୍ଗତ ପଣ୍ଡାଙ୍କ ଅଡୁଆ । ହଟିଗଲା ଅନ୍ତରୀଣ ସୁରକ୍ଷା, ଇଡି ତଦନ୍ତ ପାଇଁ ବାଟ ସଫା 

117

କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ମାମଲାରେ ବଢ଼ିଲା ଓଟିମ୍ ଏମଡି ଜାଗୀ ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଅଡୁଆ । କାରଣ, ଅନ୍ତରୀକ୍ଷ ସୁରକ୍ଷାକୁ ହଟାଇ ଦେଇଛନ୍ତି ହାଇକୋର୍ଟ । ଜମି କିଣାବିକା ଆର୍ଥିକ କାରବାରର ଇଡି ଦ୍ୱାରା ତଦନ୍ତ ନିର୍ଦ୍ଦେଶକକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ।

ଏହି ମାମଲାର ଶୁଣଶୀ ବେଳେ କମ୍ପାନୀର କିଛି ବରିଷ୍ଠ ଅଧିକାରୀଙ୍କ ସମେତ ବୈଜୟନ୍ତ ପଣ୍ଡା ଓ ଜାଗୀ ମଙ୍ଗତ ପଣ୍ଡା ଗିରଫଦାରୀ ଭୟ ଏଡାଇବା ପାଇଁ ଅନ୍ତରୀଣ ସୁରକ୍ଷା ମାଗିଥିଲେ । କୋର୍ଟ ସବୁ ଦୃଷ୍ଟିକୋଣକୁ ବିଚାରକୁ ନେଇ ଗତ ୧୨ ତାରିଖ ପର୍ଯ୍ୟନ୍ତ ବୈଜୟନ୍ତ ପଣ୍ଡା ଓ ଜାଗୀ ପଣ୍ଡାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ହେଲେ ଆଜି ଏହି ମାମଲାକୁ ସଂପୂର୍ଣ୍ଣ ଖାରଜ କରିଛନ୍ତି । ଏହା ଦ୍ୱାରା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟିଛି । ଯାହା ଫଳରେ ପୁଣି ଥରେ ସ୍ୱାଭାବିକ୍ ତଦନ୍ତ ବା ବାଧାମୁକ୍ତ ତଦନ୍ତ ପାଇଁ ଇଡିର ବାଟ ଫିଟିଛି ।