ସଂସଦରେ ଆଜି ଆଗତ ହେବ ଅନ୍ତରୀଣ ବଜେଟ୍ । ଦିନ ୧୧ଟାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

144

କନକ ବ୍ୟୁରୋ: ସଂସଦରେ ଆଜି ଆଗତ ହେବ ଅନ୍ତରୀଣ ବଜେଟ । ଦିନ ୧୧ଟାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ପ୍ରସ୍ତାବ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ବଜେଟ ହେବ ।

ଆଜି ଅନ୍ତରୀଣ ବଜେଟ ଆଗତ ହେବାକୁ ଥିବା ବେଳେ ଜୁଲାଇ ମାସରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ । ନିର୍ବାଚନୀ ବର୍ଷରେ କେନ୍ଦ୍ରୀୟ ବଜେଟ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ବଜେଟରେ କୌଣସି ବଡ଼ ଘୋଷଣା ହେବାର ସମ୍ଭାବନା ନଥିବା ଅର୍ଥନିତିଜ୍ଞ ମାନେ ଆକଳନ କରିଛନ୍ତି । କୌଣସି ବଡ଼ ଘୋଷଣା ନକରାଗଲେ ବି ଅର୍ଥନିତିକୁ ଶିଖରରେ ପହଁଚାଇବା ପାଇଁ ବିଭିନ୍ନ ଦିଗ ଉପରେ ଫୋକସ କରିପାରନ୍ତି କେନ୍ଦ୍ର ସରକାର । ପିଏମ କିଷାନ ଯୋଜନାରେ ବଢ଼ିପାରେ ସହାୟତା ରାଶି, ଆୟୁଷ୍ମାନ ଭାରତ ଯୋଜନାରେ ମଧ୍ୟ କେନ୍ଦ୍ର ସରକାର ଏହି ବଜେଟରେ ବୀମା ରାଶି ବଢାଇବାର ସମ୍ଭାବନା ରହିଛି । ସେହିପରି ଚଳିତ ବଜେଟରେ ଜୀବନବୀମା ଓ ସ୍ୱାସ୍ଥ୍ୟବୀମା ପଲିସିକୁ ଜିଏସଟିମୁକ୍ତ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ । ଆୟକରଦାତାଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ୧ ଲକ୍ଷକୁ ବୃଦ୍ଧି ହୋଇପାରେ । ସେହିପରି ବତ୍ତୀୟ ନିଅଣ୍ଟ ହ୍ରାସ ଓ ଦ୍ରୁତ ଅଭିବୃଦ୍ଧି ହାସଲ ଲକ୍ଷ୍ୟରେ ଭିତିିଭୂମିରେ ବ୍ୟୟବରାଦ ମଧ୍ୟ ବୃଦ୍ଧି ପାଇପାରେ ।