କନକ ବ୍ୟୁରୋ: ନୂଆ ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଅଭିଭାଷଣରେ ପ୍ରଥମେ ସୀତାରମଣ କହିଥିଲେ ଯେ, ଦେଶ ଭବିଷ୍ୟ ଆଡକୁ ଦେଖୁଛି, ଯାହା ଆଶାନ୍ୱିତ ରହିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱେ ଆମେ ଆଗକୁ ବଢୁଛେ । ଯେବେ ମୋଦୀ ୨୦୧୪ରେ କାମ ଆରମ୍ଭ କରିଥିଲେ । ତାଙ୍କ ଅଗାରେ ଏକାଧିକ ଚ୍ୟାଲେଞ୍ଜ ଥିଲା । ସେଥିରୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସବୁଠୁ ବଡ ପ୍ରସଙ୍ଗ ଥିଲା ।

ଜନତାଙ୍କୁ ଅଧିକରୁ ଅଧିକ ରୋଜଗାରର ସୁଯୋଗ ଦିଆଯାଇଛି । ୧୦ ବର୍ଷ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି । ଏସବୁକୁ ଆଧାର କରି ଦେଶର ଜନତା ଦ୍ୱିତୀୟ ଥର ପାଇଁ ମୋଦୀ ସରକାରଙ୍କୁ ବାଛିଛି । ତେଣୁ ଲୋକଙ୍କ ବିକାଶ ହେଉଛି ମୋଦୀ ସରକାରଙ୍କ ଲକ୍ଷ୍ୟ । ‘ସମସ୍ତଙ୍କ ସହଯୋଗ, ସମସ୍ତଙ୍କ ବିଶ୍ୱାସ ଓ ସବସ୍ତଙ୍କ ଚେଷ୍ଟାରେ ହିଁ ଦେଶ ଆଗକୁ ବଢୁଛି ।