ଡିଫେନ୍ସ ବଜେଟକୁ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା । ଜାଣନ୍ତୁ ଗତ ବଜେଟ୍ ତୁଳନାରେ ଚଳିତ ବଜେଟରେ ସାମରିକ ବ୍ୟୟ ଅଟକଳ କେତେ ପ୍ରତିଶତ ବୃଦ୍ଧି

198

କନକ ବ୍ୟୁରୋ : ଚଳିତ ସରକାରଙ୍କର ଶେଷ ବଜେଟ ଆଜି ଉପସ୍ଥାପିତ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବିଶେଷ କରି ଡିଫେନ୍ସ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି କି, ଆମ ସରକାର ଡିପ୍-ଟେକ ଟେକ୍ନୋଲୋଜୀ ନେଇ ଆସିବୁ । ଏହା ଦେଶର ଅତ୍ମନିର୍ଭରଶୀଳତା ବୃଦ୍ଧି କରିବ । ଡିପ୍-ଟେକ୍ ଟେକ୍ନୋଲୋଜୀ ଅର୍ଥାତ ବାୟୋଟେକ, କ୍ୱାଣ୍ଟମ୍, କମ୍ପ୍ୟୁଟରିଂ, ଏଆଇ ରୋବଟିକ୍ସ, ଆଡଭାନ୍ସ ମେଟେରିଅଲ, ଗ୍ରୀନ ଏନର୍ଜୀ, ଏରୋସ୍ପେଶ ଭଳି ଉଳି ଉଦ୍ୟୋଗକୁ ସହାୟତା ଯୋଗାଇବ ।

ସେପଟେ କେବଳ ସାମରିକ କ୍ଷମତା ବୃଦ୍ଧି ନୁହେଁ, ସରକାର ସାମରିକ ବିଭାଗ ପାଇଁ ବ୍ୟୟ ଅଟକଳ ମଧ୍ୟ ବୃଦ୍ଧି କରିଛନ୍ତି । ଗତ ବଜେଟରେ ସାମରିକ ବିକାଶ ପାଇଁ ସରକାର ୬.୦୨ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା ବେଳେ ଚଳିତ ବର୍ଷ ବଜେଟରେ ଏହାକୁ ସାମାନ୍ୟ ବୃଦ୍ଧି କରି ୬.୨୦ ଲକ୍ଷ କୋଟି ଟଙ୍କା କରିଛନ୍ତି । ଯାହା କି, ଗତବର୍ଷ ତୁଳନାରେ ୩.୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ଅର୍ଥରେ କର୍ମଚାରୀଙ୍କ ଦରମା ବୃଦ୍ଧି, ପେନସନ୍ ବୃଦ୍ଧି, ରିସର୍ଚ୍ଚ ଏବଂ ବିକାଶରେ ଅର୍ଥ ଖର୍ଚ୍ଚ କରାଯିବ ।