ରୋଚକ ହେଉଛି ୟୁପି ରାଜନୀତି । ଜୋର ଧରିଲା ଭାଇ-ବୋହୂ ରାଜନୀତି

133

କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ବେଳେ ଦଳ ଡିଆଁ ପର୍ବ ଜାରି ରହିଛି । ବିଜେପିର ଅନେକ ନେତାଙ୍କୁ ନିଜ ପଟକୁ ଆଣି ସମାଜବାଦୀ ପାର୍ଟି ଛାତି ଚଉଡା କରୁଥିବା ବେଳେ ଏବେ ବିଜେପି ମଧ୍ୟ ଆରମ୍ଭ କରିଛି କାଉଣ୍ଟର ରଣନୀତି । ଏଥିିପାଇଁ ସପା ମୁଖିଆ ପରିବାରର ବୋହୂ ତଥା ସଭାପତି ଅଖିଳେଶ ଯାଦବଙ୍କ ଭାଇ ବୋହୂକୁ ନିଜ ପଟକୁ ଆଣିଛି ବିଜେପି । ଯାହା ଉତ୍ତରପ୍ରଦେଶ ରାଜନୀତିରେ ହଲଚଲ ସୃଷ୍ଟି କରିଛି ।

ଅପର୍ଣ୍ଣା ନିଜ ପରିବାରର ଦଳକୁ ଛାଡିବା ପରେ ଭାଇ ଅଖିଳେଶ ମଧ୍ୟ ଜବାବରେ ଶୁଭେଚ୍ଛା ଜଣାଇଛନ୍ତି । ୟୁପିରେ ବିଜେପିର ବଡ ପ୍ରତିଦ୍ୱନ୍ଦୀ ହେଉଛି ସମାଜବାଦୀ ପାର୍ଟି । ଏବେ ଅପର୍ଣ୍ଣା ଆଗକୁ ଆହୁରି କିଛି ନେତାଙ୍କୁ ସାମିଲ କରିବ ବୋଲି ବିଜେପି ଇସାରା ଦେଇଛି । ଏଥିପାଇଁ ୟୁପି ବିଜେପିର କୋର କମିଟି ସାଇଲେଣ୍ଟ ଭାଇପର ଭାବେ ପ୍ରତିଦିନ କାମ କରୁଥିବା ସୂଚନା ରହିଛି ।

ୟୁପି ରାଜନୀତିରେ ଜାତି ଏବଂ ସମ୍ପ୍ରଦାୟ ଗୋଟିଏ ବଡ ଫ୍ୟାକ୍ଟର ଭାବେ କାମ କରେ । ଏପରି ସ୍ଥିତିରେ କୁର୍ମୀ ଏବଂ ନିଷାଦ ଜାତିର ବଡ ନେତା ତଥା ଅପନା ଦଳ ଏବଂ ନିଷାଦ ପାର୍ଟି ସହ ମିଶି ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ବିଜେପି ନିଷ୍ପତି ନେଇଛି । ତେବେ ବିଜେପି ରାଜ୍ୟରେ ନିର୍ବାଚନ ଜିତି ୨୦୨୪ ପାଇଁ ପଥ ପରିସ୍କାର କରିବାକୁ ନିଷ୍ପତ୍ତି ନେଇଛି । ଏପରି ସ୍ଥିତିରେ ସହଯୋଗୀ ଦଳଙ୍କୁ ଏକାଠି ରଖି ମେଂଟରେ ଗଡବଡ ରହିଥିବା ଚର୍ଚ୍ଚାରେ ବିରାମ ଲଗାଇଛି ବିଜେପି ।