ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରୋଚକ ସ୍ଥିତି : ଜର୍ଜିଆ-ପେନସିଲଭାନିଆରେ ଜୋ ବାଇଡେନଙ୍କୁ ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ; ବାଇଡେନଙ୍କ ଘୋଷଣା 

ସମୂର୍ଣ୍ଣ ବହୁମତ ସହିତ ଜିତିବୁ ରାଷ୍ଟ୍ରପତି ନିର୍ବାଚନ

488

କନକ ବ୍ୟୁରୋ : ବିଜୟମୁହାଁ ବାଇଡେନ୍ । ହେଲେ ରୋଚକକଥା ହେଉଛି ନିର୍ବାଚନ ସରିବାର ୪ଦିନ ପରେ ମଧ୍ୟ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାହା ସ୍ପଷ୍ଟ ହୋଇପାରୁ ନାହିଁ । ଏହାରି ଭିତରେ କିନ୍ତୁ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ବିଜୟର ଦ୍ୱାର ଦେଶରେ ପହଂଚି ଯାଇଛନ୍ତି । ସେ ହ୍ୱାଇଟ ହାଉସ ଯିବାନେଇ ଜର୍ଜିଆର ଭୋଟ୍ ନିର୍ଣ୍ଣାୟକ ହେବ । ଏଠାରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଭୋଟ ବ୍ୟବଧାନ ବହୁତ କମ୍ ଥିବାରୁ ପୁନଃଗଣତି ପାଇଁ ନିଷ୍ପତ୍ତି କରିଛନ୍ତି ଅଧିକାରୀ ।

ତେବେ ଏଠାକାର ୧୬ ଇଲେକ୍ଟୋରାଲ ଭୋଟ ହିଁ ନିର୍ଣ୍ଣାୟକ ହେବ । ଆମେରିକୀୟ ଗଣମାଧ୍ୟମ ଅନୁସାରେ ବାଇଡେନଙ୍କୁ ୨୬୪ ଓ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୧୪ ଭୋଟ ମିଳିଛି । ୨୭୦ ମ୍ୟାଜିକ ନମ୍ବର ଛୁଇଁବାକୁ ବାଇଡେନଙ୍କୁ ଆଉମାତ୍ର ୬ଟି ଭୋଟର ଆବଶ୍ୟକତା ରହିଛି । ସ୍ୱିଙ୍ଗ ଷ୍ଟେଟ ପେନସିଲଭାନିଆ ଜର୍ଜିଆରେ ଟ୍ରମ୍ପଙ୍କଠାରୁ ଆଗରେ ରହିଛନ୍ତି ବାଇଡେନ୍ । ପେନସିଲଭାନିଆରେ ପ୍ରାୟ ୯ ହଜାର ଭୋଟରେ ଆଗରେ ଅଛନ୍ତି ବାଇଡେନ୍ ।

ତେଣୁ ବାଇଡେନ୍ ପେନସିଲଭାନିଆ ଜିତିଲେ ମଧ୍ୟ ଏଠାକାର ୨୦ ଇଲେକ୍ଟୋରାଲ ଭୋଟ ତାଙ୍କ ଖାତାକୁ ଯାଇପାରେ । ଜର୍ଜିଆରେ ମଧ୍ୟ ବାଇଡେନ୍ ୧୬ଶହ ଭୋଟରେ ଟ୍ରମ୍ପଙ୍କଠାରୁ ଆଗୁଆ ଅଛନ୍ତି । ଏହି ଆସନ ଜିତିଲେ ବାଇଡେନଙ୍କ ପାଇଁ ହ୍ୱାଇଟ ହାଉସର ରାସ୍ତା ଖୋଲିଯିବ । ତେବେ ଏଠାରେ ଭୋଟ ବ୍ୟବଧାନ କମଥିବାରୁ ପୁନଃ ମତଗଣନା କରାଯାଉଛି ।