କନକ ବ୍ୟୁରୋ: ଶତାୟୁଙ୍କୁ ଶେଷ ବିଦାୟ । ବାଜିଲା ଡିଜେ କୋକେଇ ସମ୍ମୁଖରେ ନାଚିଲେ ପରିବାର ପରିଜନ । କଥାଟି ଆପଣକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସାଧାରଣରେ ଯଦି କାହାର କେବେ ପରିବାରରେ ମୃତ୍ୟୁ ହୁଏ ତେବେ ପରିଜନ ଦୁଃଖରେ ଭାଙ୍ଗିପଡ଼ନ୍ତି । ତାଙ୍କ ସ୍ମୃତିକୁ ମନେପକାଇ ଆଖିରୁ ଲୁହ ଝଳି ଆସେ । ଏଠି ଶେଷ ବିଦାୟ ପାଇଁ ନାଚ ଗୀତ ଦେଖିବାକୁ ମିଳିଛି ।
ବରଗଡ ଜିଲ୍ଲା ତବଡା ପଞ୍ଚାୟତ କଳଙ୍ଗାପାଲି ଗାଁର ଖୁଶ ମେହେରଙ୍କର ୧୦୫ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳି ଯାଇଥିଲା । କିନ୍ତୁ ଘରଠାରୁ ମଶାଣି ଯାଏଁ ଏକ ନିଆରା ଢଙ୍ଗରେ ତାଙ୍କ ପରିବାର ଲୋକ ଦେଇଛନ୍ତି ଶେଷ ବିଦାୟ । ମୃତଦେହକୁ ନେବା ପାଇଁ ପରିବାର ପକ୍ଷରୁୁ ଡିଜେର ବ୍ୟବସ୍ଥା କରାଯାଇଥିଲା ଶବକୁ ଅନ୍ତିମ ବିଦାୟ ଦେବା ପାଇଁ । ବରଯାତ୍ରୀ ଶୋଭାଯାତ୍ରା ଭଳି କୋକେଇ ସମ୍ମୁଖରେ ଲୋକ ନାଚଗୀତରେ ନାଚିଥିଲେ । ଏଥିରେ ପରିବାରବର୍ଗ, ବନ୍ଧୁବାନ୍ଧବ, ସମସ୍ତେ ସାମିଲ ହୋଇଥିଲେ । ଗାଁ ଦାଣ୍ଡରେ ନାଚି ନାଚି ମଶାଣି ପର୍ଯନ୍ତ ମୃତଦେହକୁ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ ପରିବାର ଲୋକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/15-3.jpg)