କନକ ବ୍ୟୁରୋ: ପୂର୍ବତନ ସାଂସଦ ତଥା ଏସଡିଏସ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ବୟାନ ନବରଙ୍ଗପୁର ରାଜନୀତିରେ ଚହଳ ପକାଇ ଦେଇଛି । ଆଉ ପ୍ରେସମିଟ କରି ଏହାର ଜବାବ ଦେଇଛନ୍ତି ପୂର୍ବତନ ସାଂସଦ ବଳଭଦ୍ର ମାଝି । ରବିବାର ଝରିଗାଁରେ ଆୟୋଜିତ ସଭାରେ ବ୍ଲକର ବିକାଶକୁ ନେଇ ମନ୍ତବ୍ୟ ଦେଇଥିଲେ ପ୍ରଦୀପ ମାଝୀ । କହିଥିଲେ ୩୦ ବର୍ଷ ହେଲା ବ୍ଲକରେ କୌଣସି ବିକାଶ ହୋଇନାହିଁ । ପ୍ରଦୀପଙ୍କ ବୟାନ ଏବେ ଭାଇରାଲ ହେବାରେ ଲାଗିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ଝରିଗାଁ ବ୍ଲକର ବିକାଶକୁ ନେଇ ବିଜେଡି ନେତା ଦେଇଥିବା ବୟାନ ପଛର ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ । କହିଛନ୍ତି ୩୦ ବର୍ଷ ଧରି କ୍ଷମତାରେ ଝରିଗାଁ ବ୍ଲକର ଦୁଇ ମାଝୀ ପରିବାର ରହିଛନ୍ତି । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଯାଦବ ମାଝୀଙ୍କ ପରିବାର ଓ ପୂର୍ବତନ ସାଂସଦ ଭଗବାନ ମାଝୀଙ୍କ ପରିବାର ହିଁ ଝରିଗାଁ ବ୍ଲକର ପ୍ରତିନିଧିତ୍ୱ କରିଆସୁଛନ୍ତି । ତେଣୁ ପ୍ରଦୀପ କେଉଁ ନେତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ନା ନିଜ ଦୋଷକୁ ସ୍ୱୀକାର କରିଛନ୍ତି ବୋଲି ପାଲଟା ଆକ୍ଷେପ କରିଛନ୍ତି ବଳଭଦ୍ର ।
ଦୁଇ ମାଝୀ ପରିବାର ଦୀର୍ଘ ବର୍ଷ ଧରି କ୍ଷମତାରେ ରହିବା ସତ୍ୱେ ଝରିଗାଁ ବ୍ଲକର ବିକାଶ ହୋଇପାରିଲା ନାହିଁ । ତେଣୁ ଆଗାମୀ ନିର୍ବାଚନରେ ଏହି ଦୁଇ ପରିବାରର କେହି ନିର୍ବାଚନ ଲଢିଲେ ଭୋଟ ନଦେବାକୁ ବଳଭଦ୍ର ଅପିଲ କରିଛନ୍ତି ।