ଏମାନେ ପୃଥିବୀର ସବୁଠାରୁ ଭୟଙ୍କର ଜନଜାତି । ମଣିଷକୁ ହତ୍ୟା କରିବା ହେଉଛି ଏମାନଙ୍କର ମୁଖ୍ୟ ସଉକ

462

କନକ ବ୍ୟୁରୋ : ଦୁନିଆରେ ଅନେକ ରହସ୍ୟମୟ ଜନଜାତି ରହିଛନ୍ତି । ଏହି ଜନଜାତିଗୁଡିକ ନିଜର ପରମ୍ପରା, ଖାଦ୍ୟପେୟ ଓ ଚାଲି ଚଳଣୀକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଦୁନିଆରେ ରହୁଥିବା ଆଦିବାସୀ ପ୍ରଜାତିର ଜନଜାତି ଆଜି ବି ସେମାନେ ହଜରେ ବର୍ଷ ତଳର ପରମ୍ପରା ନିଭାଉଛନ୍ତି । ଏହି ଜନଜାତି ଯେଉଁ ଜଙ୍ଗଲରେ ରହନ୍ତି ସେହି ଜଙ୍ଗଲ ଉପରେ ସେମାନଙ୍କର ପୂର୍ଣ୍ଣ ଅଧିକାର ରହିଥାଏ । ସେଠିକାର ସରକାର ବି ଏହି ଜନଜାତିଙ୍କ ଅଧିକାର ଉପରେ ହସ୍ତକ୍ଷେପ କରନ୍ତି ନାହିଁ । ଦୁନିଆରେ ଏହି ଜନଜାତିଙ୍କ ମଧ୍ୟରୁ ଏକ ଭୟଙ୍କର ଜନଜାତି ରହିଛି । ଇଥୋପିଆରେ ଏହି ଜନଜାତିକୁ ମୁର୍ସି ଜନଜାତି ବୋଲି କୁହାଯାଇଥାଏ ।

ଇଥୋପିଆରେ ରହୁଥିବା ଏହି ଜନଜାତର ଲୋକମାନେ ମଣିଷକୁ ହତ୍ୟା କରିବାକୁ ସବୁଠାରୁ ବହ ପୁରୁଷ ପଣିଆ ବୋଲି ଭାବିଥାନ୍ତି । ଏହି ଜନଜାତି ଦକ୍ଷିଣ ଇଥୋପିଆ ଓ ସୁଦାନ ସୀମାର ଓମାନ ଘାଟିରେ ରହିଥାନ୍ତି । ଏହି ଜନଜାତିର ଲୋକଙ୍କ ପାଖରେ ଏମିତି ଅସ୍ତ୍ରଶସ୍ତ୍ର ଥାଏ ଯାହା ସହାୟତାରେ ସେମାନେ ଗୋଟିଏ କ୍ଷଣରେ କୌଣସି ଲୋକଙ୍କୁ ହତ୍ୟା କରିପାରିବେ । ଏଣୁ ଏହି ଜନଜାତିକୁ ଦୁନିଆର ସବୁଠାରୁ ଭୟଙ୍କର ଜନଜାତି ବୋଲି ଗଣନା କରାଯାଏ ।

ମୁର୍ସି ଜନଜାତି ସେମାନଙ୍କର ଅଜବ ପରମ୍ପରା ଓ ପର୍ବକୁ ନେଇ ସାରା ଦୁନିଆରେ ଚର୍ଚ୍ଚାରେ ରୁହନ୍ତି । ଏହି ଜନଜାତିର ମହିଳାମାନଙ୍କ ତଳ ଓଠରେ କାଠ କିମ୍ବା ମାଟିର ଏକ ବଡ ପାତ୍ର ପିନ୍ଧାଇ ଦିଆଯାଇଥାଏ । ଅନ୍ୟ ଲୋକମାନଙ୍କ ଖରାବ ନଜରରୁ ମହିଳାମାନଙ୍କୁ ରକ୍ଷା କରିବାକୁ ଏଭଳି କରାଯାଇଥାଏ । ସେମାନେ ମାନିଥାନ୍ତି କି ଏଭଳି କରିବା ଦ୍ୱାରା ମହିଳାମାନଙ୍କର ସୌନ୍ଦର୍ଯ୍ୟତା କମିଯାଇଥାଏ ଓ ଅନ୍ୟ ପୁରୁଷମାନେ ସେମାନଙ୍କ ପ୍ରତି ଆକର୍ଶଣ କମିଥାଏ ।

ମୁର୍ସି ଜନଜାତିର ଲୋକସଂଖ୍ୟା ପାଖାପାଖି ୧୦ ହଜାର ହେବ । ଏହି ଜନଜାତିର ଲୋକ ବିଶ୍ୱାସ କରିଥାନ୍ତି କି ଜଣେ ଅନ୍ୟ ଜଣଙ୍କୁ ହତ୍ୟା ନକରି ବଞ୍ଚିବାର ମାନେ କିଛି ନାହିଁ । ଏହି ଜନଜାତିର ଲୋକ ଶହ ଶହ ଲୋକଙ୍କୁ ହତ୍ୟା କରିଥାନ୍ତି । ଯେଉଁଲୋକମାନେ ମୁର୍ସି ଜନଜାତିର ଲୋକଙ୍କ ବିନା ଅନୁମତିରେ ସେମାନଙ୍କ କ୍ଷେତ୍ରକୁ ପ୍ରବେଶ କରେ ତ ସେମାନେ ତାଙ୍କୁ ହତ୍ୟା କରିଥାନ୍ତି ।

ମୁର୍ସି ଜନଜାତିର ଏଭଳି ହିଂସକ ବ୍ୟବହାର ପାଇଁ ଇଥୋପିଆ ସରକାର ସେମାନଙ୍କ ସହିତ ସଂପର୍କ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି  । ଯଦି କୌଣସି ବିଦେଶୀ କିମ୍ବା ରାଷ୍ଟ୍ରମୁଖ୍ୟ ଇଥୋପିଆର ଜନଜାତିଙ୍କୁ ଦେଖିବାକୁ ଇଚ୍ଛା କରନ୍ତି ତେବେ ଇଥୋପିଆ ସରକାର ପୁରା ସେନାବାହିନୀ ସହ ସେମାନଙ୍କୁ ମର୍ସି ଜନଜାତି କ୍ଷେତ୍ରକୁ ପଠାଇଥାନ୍ତି ।