ସ୍ୱାଧୀନତା ପୂର୍ବରୁ ଏବଂ ପରେ ଭାରତ ବିଷୟରେ ଜାଣନ୍ତୁ କିଛି ରୋଚକ ତଥ୍ୟ ।

189

ଦେଶ ଦିନକୁ ଦିନ ବଦଳିବାରେ ଲାଗିଛି । ପ୍ରଗତି ପଥରେ ଆଗେଇ ଚାଲିଛି । ପ୍ରତିଦିନ ଅନେକ ପରିବର୍ତ୍ତନ ହେଉଛି ଦେଶରେ । ପୂର୍ବରୁ ମଧ୍ୟ ଏପରି ଅନେକ ଜିନିଷ ଅଛି ଯାହା ଆମ ଭାରତରୁ ଆରମ୍ଭ ହୋଇଛି । ବିଭିନ୍ନ ପ୍ରକାର ଖେଳ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ରୋଚକ କଥା ଅଛି ଯାହା ଆମ ଭାରତରୁ ଆରମ୍ଭ ହୋଇ ମଧ୍ୟ ସେବେ ବିଷୟରେ ଲୋକମାନେ ଏବେ ବି ଅଜ୍ଞ ଅଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ରୋଚକ ତଥ୍ୟ ବିଷୟରେ ଯାହା ଆଜିଯାଏ ଆମେ ଜାଣି ପାରି ନାହେଁ ।

ଇଣ୍ଡିଆ ନାମର ଉତ୍ପତି :

ଇଣ୍ଡିଆର ନାମ ଇଡ୍ଡ୍ୟୁସ ନାମକ ନଦୀରୁ ଉତ୍ପତି ହୋଇଛି । ଯାହା ଇଡ୍ଡ୍ୟୁସ ବେଲ୍ଲିର ଘାଟିରେ ପ୍ରବାହିତ ହେଉଥିଲା । ହିନ୍ଦୁସ୍ତାନର ସଂସ୍କୃତ ନାମ ଭାରତ ଗଣରାଜ୍ୟ ଅଟେ । ଯାହାକୁ ଆଧାର କରି ଲୋକମାନେ ଆଜି ଭାରତ କହୁଛନ୍ତି । ସବୁଠାରୁ ବଡ କଥା ହେଉଛି ବିଶ୍ୱରେ ଥିବା ସବୁଠାରୁ ବଡ ଆକାର ବିଶିଷ୍ଟ ଦେଶମାନଙ୍କ ମଧ୍ୟରେ ଭାରତ ନବମ ସ୍ଥାନରେ ରହିଛି ।

ରାଷ୍ଟ୍ରିୟ ଭାଷା :

ବାସ୍ତବରେ ଭାରତର କୌଣସି ରାଷ୍ଟ୍ରଭାଷା ନାହିଁ । ହିନ୍ଦି ଏକ ଆନୁଷ୍ଠାନିକ ଭାଷା ଯାହା ଦେଶର ଅନେକ ରାଜ୍ୟରେ ବ୍ୟବହାର କରାଯାଇଥାଏ । ଏହାକୁ ଛାଡି ଇଂରାଜି ମଧ୍ୟ ଦେଶର ଅନେକ ରାଜ୍ୟରେ କୁହାଯାଇଥାଏ । ହିନ୍ଦି ଇଂରାଜି ଛାଡି ଅନ୍ୟ ଭାଷା ମଧ୍ୟ ଦେଶରେ ଶୁଣିବାକୁ ମିଳିଥାଏ ଯେପରିକି, ତାମିଲ, ତେଲୁଗୁ, ମଲାୟାଲମ, ମରାଠି ଭଳି ଅନେକ ଭାଷା ଦେଶର ୨୨ଟି ରାଜ୍ୟରେ ଶୁଣିବାକୁ ମିଳିଥାଏ । ଭାରତରେ ପ୍ରାୟ ୧,୬୫୨ ଗୋଟି ଭାଷା ପ୍ରୟୋଗ ହୋଇଥାଏ ।

ଡାକ ବ୍ୟବସ୍ଥା :

ଅନ୍ୟ ଦେଶ ଅପେକ୍ଷା ଭାରତରେ ଅନେକ ଜିନିଷ ଆରମ୍ଭ ହୋଇଛି । ସେଥି ମଧ୍ୟରୁ ଡାକ ବ୍ୟବସ୍ଥା ଅନ୍ୟତମ । ଅନ୍ୟ ଦେଶମାନଙ୍କରେ ମଧ୍ୟ ଡାକ ବ୍ୟବସ୍ଥାର ସୁବିଧା ରହିଛି । କିନ୍ତୁ ବିଶ୍ୱର ସବୁଠାରୁ ବଡ ଡାକ ବ୍ୟବସ୍ଥା ଆମ ଦେଶ ଭାରତ ପାଖରେ ରହିଛି ।

ଆଗ୍ରାର ତାଜମହଲ :

ଆଗ୍ରାରେ ଅବସ୍ଥିତ ତାଜମହଲ ବିଶ୍ୱର ୭ଟି ଆକର୍ଷଣୀୟ ସ୍ଥାନମାନଙ୍କ ମଧ୍ୟରୁ ଅନ୍ୟତମ । ଏହାକୁ ମୋଗଲ ସରକାର ଶାହାଜାନ ନିଜ ପତ୍ନୀ ମୁମତାଜଙ୍କ ପାଇଁ ତିଆରି କରିଥିଲେ ।

ଖେଳ :

ସତରଞ୍ଜ, ସାପ ଓ ସିଡି, ଲୁଡୋ, ହକି ଭଳି ରୋଚକ ଖେଳ ମଧ୍ୟ ଭାରତରୁ ଆରମ୍ଭ ହୋଇଛି ।

ଧର୍ମ :

ଭାରତରେ ସର୍ବାଥିକ ହିନ୍ଦୁ ଧର୍ମର ଲୋକ ବାସ କରନ୍ତି । ଏଥିସହିତ ସବୁଠାରୁ ଅଧିକ ପର୍ବପର୍ବଣି ମଧ୍ୟ ଭାରତରେ ପାଳନ କରାଯାଇଥାଏ । ୧୨ ବର୍ଷରେ ଥରେ ଇଲାହାବାଦରେ କୁମ୍ଭମେଳାର ଆୟୋଜନ କରାଯାଇଥାଏ । ଏହି ମେଳା ଦୁନିଆର ସବୁଠାରୁ ବଡ ମେଳା ହୋଇଥିବା ବେଳେ ଏଠାକୁ ସବୁଠାରୁ ଅଧିକ ଲୋକ ଏହି ମେଳାକୁ ଉପଭୋଗ କରିବା ପାଇଁ ଆସିଥାନ୍ତି । ଏଥି ସହିତ ତିରୁପତି ବିଷ୍ଣୁ ମନ୍ଦିର ମଧ୍ୟ ବିଶ୍ୱରେ ଏକମାତ୍ର ବଡ ମନ୍ଦିର ଭାବେ ପରିଗଣିତ । ଏଠାକୁ ଦେଶ ବ୍ୟାପି ଅନେକ ଶ୍ରଦ୍ଧାଳୁ ଦର୍ଶନ ନିମନ୍ତେ ଆସିଥାନ୍ତି ।

ସବୁଠାରୁ ବଡ ଲୋକତନ୍ତ୍ର :

ଦୁନିଆର ସବୁଠାରୁ ବଡ ଲୋକତନ୍ତ୍ର ଭାରତରେ ଅବସ୍ଥିତ । ଭାରତରେ ସବୁଠାରୁ ଅଧିକ ମତଦାତା ରହିଛନ୍ତି ଏବଂ ନିର୍ବାଚନରେ ସବୁଠାରୁ ଅଧିକ ଖର୍ଚ୍ଚ ଭାରତରେ ହିଁ ହୋଇଥାଏ ।

ସବୁଠାରୁ ବଡ ଫିଲ୍ମ ଇଣ୍ଡଷ୍ଟ୍ରି :

ବିଶ୍ୱର ସବୁଠାରୁ ବଡ ଫିଲ୍ମ ଇଣ୍ଡଷ୍ଟ୍ରି ଭାରତରେ ରହିଛି । ପ୍ରତିବର୍ଷ ଯେତିକି ଫିଲ୍ମ ବଲିଉଡରେ ତିଆରି ହେଉଛି ତାହା ଅନ୍ୟ କୌଣସି ଫିଲ୍ମ ଇଣ୍ଡଷ୍ଟ୍ରିିରେ ସମ୍ଭବ ହୋଇପାରି ନାହିଁ ।

“ଶୁନ”ର ନିର୍ମାଣ :

ଗଣିତରେ ସର୍ବାଧିକ ମହତ୍ୱପୁର୍ଣ୍ଣ ସଂଖ୍ୟା “ଶୁନ”କୁ ଭାରତ ନିର୍ମାଣ କରି ବିଶ୍ୱକୁ ପ୍ରଦାନ କରିଛି । କେବଳ ସେତିକି ନୁହେଁ ଟ୍ରିଗୋନମେଟ୍ରି, କାଲକୁଲସ ଏବଂ ବିଜଗଣିତ ପାଇଁ ମଧ୍ୟ ଭାରତର ବଡ ଅବଦାନ ରହିଛି ।