କନକ ବ୍ୟୁରୋ : ପାକିସ୍ତାନରେ ଏବେ ପାକିସ୍ତାନ ସୁପର ଲିଗ୍ ଖେଳାଯାଉଛି । ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏହି ଲିଗରେ ଅନେକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳୁଛି । ତେବେ ଏହି ମ୍ୟାଚରେ ଖେଳାଳୀଙ୍କ ମଧ୍ୟରେ ହୋଇଥିବା କିଛି ବାର୍ତ୍ତାଳପ ଏବେ ସାମ୍ନାକୁ ଆସିଛି । ଲାହୋର କଲର୍ନ୍ଦସ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଯେଉଁ ଭିଡ଼ିଓ ଛାଡିଛି ସେଥିରେ ବାବର ଓ ହାରିସ ରଉଫ କଥା ହେଉଥିବାର ଦେଖିବାକୁ ମିଳିଛି ।
🗣️ Interesting Conversation between Babar Azam & Haris Rauf 🔊#sochnabemanahai#HBLPSL8#QalandarHum#QalandarsCity#LQvPZpic.twitter.com/qRpPUtz04J
— Lahore Qalandars (@lahoreqalandars) February 26, 2023
ଭାଇରାଲ ହେଉଥିବା ଭିଡ଼ିଓରେ ବିରାଟଙ୍କ ୱିକେଟ ନେବାକୁ ଚାହୁଁଥିବା କହୁଛନ୍ତି ହାରିସ । ଏପରିକି ବାବରଙ୍କ ୱିକେଟ ମଧ୍ୟ ସେ ନେବାକୁ ଇଚ୍ଛୁକ ବୋଲି କହୁଥିବାର ଦେଖିବାକୁ ମିଳିଛି । ପଞ୍ଜାବୀ ଭାଷାରେ ଏହି ବାର୍ତ୍ତାଳାପ ହେଉଥିବା ବେଳେ ବାବର କହୁଛନ୍ତି ତୁମେ ତ ମୋତେ ପ୍ରାକ୍ଟିସ ମ୍ୟାଚରେ ଆଉଟ କରିଛ । ତେଣୁ ଏହାକୁ ହିସାବରେ ଗଣିନିଅ । ହାରିସ କହୁଛନ୍ତି ପ୍ରାକ୍ଟିସ ନୁହେଁ ମ୍ୟାଚରେ ୱିକେଟ ନେଇ ଏହାକୁ ନିଜର ତାଲିକାରେ ସାମିଲ କରିବି । ଆଉ ପ୍ରତିବଦଳରେ ହାରିସଙ୍କୁ ବାବର ଶୁଭେଚ୍ଛା ଦେଉଥିବାର ଦେଖିବାକୁ ମିଳିଛି ।
ହାରିସ ରଉଫ ସେହି ବୋଲର ଯାହାଙ୍କୁ ଟି-୨୦ ବିଶ୍ୱକପରେ ଗୋଟିଏ ଓଭରରେ ୨ଟି ଛକା ମାରିଥିଲେ । ଆଉ ଭାରତ ଏହି ହାଇଭୋଲଟେଜ ମ୍ୟାଚରେ ବିଜୟୀ ହୋଇଥିଲା । ହାରିସଙ୍କ ଓଭରରେ ବିରାଟ ଯେଉଁ ଢଙ୍ଗରେ ଛକା ମାରିଥିଲେ ତାହା କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/IMG_20221027_110121.jpg)