କନକ ବ୍ୟୁରୋ : ୨୦୨୩ ଇଣ୍ଟର କଣ୍ଟିନେଣ୍ଟାଲ କପରେ ଭାରତ ଓ ଲେବାନନ ବିପକ୍ଷ ମ୍ୟାଚ୍ ଡ୍ର ହୋଇଯାଇଛି । ଉଭୟ ଦଳ ମଧ୍ୟରେ ଆରମ୍ଭ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା । ମ୍ୟାଚର ସମ୍ପୂର୍ଣ୍ଣ ସମୟ ମଧ୍ୟରେ କୌଣସି ଦଳ କାହାକୁ ଗୋଲ ଦେବାକୁ ସକ୍ଷମ ହୋଇନଥିଲେ । ଏହି ମ୍ୟାଚର କୌଣସି ଫଳାଫଳ ବାହାରି ନଥିଲେ ମଧ୍ୟ ଉଭୟ ଦଳ ଟୁର୍ଣ୍ଣାମେଂଟର ଫାଇନାଲରେ ପ୍ରବେଶ କରିଛନ୍ତି । ଜୁନ୍ ୧୮ରେ ଉଭୟଙ୍କ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍ ।’
ଫାଇନାଲ୍ ସ୍ଥାନ ପକ୍କା କରିସାରିଥିବାରୁ ଭାରତ ଗୁରୁବାର ନିଜର କିଛି ତାରକା ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ନରଖି ବିଶ୍ରାମ ଦେଇଥିଲା। ଫଳରେ ନିୟମିତ ଅଧିନାୟକ ସୁନିଲ ଛେତ୍ରୀଙ୍କ ବଦଳରେ ସନ୍ଦେଶ ଝିଙ୍ଗାନ ଦଳର ନେତୃତ୍ବ ନେଇଥିଲେ। ପ୍ରଥମାର୍ଦ୍ଧ ବିନା ପରିବର୍ତ୍ତନରେ ଦଳ ଖେଳିଥିଲା। ଆକ୍ରମଣ ପ୍ରତିଆକ୍ରମଣରେ ପ୍ରଥମାର୍ଦ୍ଧ ସରିଥିଲେ ମଧ୍ୟ ଗୋଲ୍ ଶୂନ୍ୟ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଭାରତ ରଣନୀତି ବଦଳାଇ ଖେଳି ୪ ଜଣ ବଦଳ ଖେଳାଳିଙ୍କୁ ଖେଳାଇଥିଲା ।
ଶେଷ ୧୦ ମିନିଟ୍ରେ ଛେତ୍ରୀଙ୍କ ସହ ରାହୁଲ ଭେକେଙ୍କୁ ପଡ଼ିଆକୁ ଛାଡ଼ିଥିଲା। ଛେତ୍ରୀ ପଡ଼ିଆରେ ପ୍ରବେଶ ପରେ ଭାରତର ଆକ୍ରମଣ ଜୋରଦାର ହୋଇଥିଲା। ହେଲେ ଲେବାନନ୍ର ରକ୍ଷଣଭାଗ କୌଣସି ସୁଯୋଗ ଦେଇନଥିଲେ। ଫଳରେ ମ୍ୟାଚ୍ ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ତେଣୁ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଥିଲେ। ସନ୍ଦେଶ ଝିଙ୍ଗାନଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଭାରତୀୟ ଅଲିମ୍ପିକ୍ ସଂଘ ସଭାପତି ତଥା କିଂବଦନ୍ତି ଧାବିକା ପିଟି ଉଷା ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/FyrmR3WXgAAnBIr.jpg)