କରୋନା ମାଡ଼ରେ ଦୁର୍ବଳ ହୋଇପଡ଼ିଥିବା ଶିଳ୍ପ ସଂସ୍ଥାକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ମାନସ ମନ୍ଥନ । ଶିଳ୍ପ ସମସ୍ୟା ଓ ଆବଶ୍ୟକତା ନେଇ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା, ଖୁବଶୀଘ୍ର ଘୋଷଣା ହୋଇପାରେ ବଡ଼ ପ୍ୟାକେଜ ।

619

କନକ ବ୍ୟୁରୋ: କରୋନା ମାଡରେ ଦୁର୍ବଳ ହୋଇପଡିଥିବା ଶିଳ୍ପ ସଂସ୍ଥାକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ମାନସ ମନ୍ଥନ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ସମସ୍ୟା ଓ ଆବଶ୍ୟକତା ନେଇ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଛି । ଏ ସଂପର୍କରେ ସରକାରଙ୍କୁ ଜଣାଇବା ପାଇଁ ଶିଳ୍ପ ସଂସ୍ଥା ଗୁଡିକୁ କୁହାଯାଇଛି ।

ସବୁଠାରୁ ବଡ଼ କଥା ହେଲା କି, ଭିତ୍ତିଭୂମୀ ବିକାଶ କ୍ଷେତ୍ରରେ ସରକାର ପୁଂଜିଂନିବେଶ କରିବାକୁ ଚାହୁଁଛନ୍ତି । ତେବେ ଖୁବଶୀଘ୍ର ଶିଳ୍ପ ସଂସ୍ଥା ପାଇଁ ବଡ ପ୍ୟାକେଜ ଘୋଷଣା ହୋଇପାରେ । ଏନେଇ ଭିଡ଼ିଓ କନଫରେନ୍ସି ଜରିଆରେ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ମନ୍ତ୍ରୀ ସୁଶାନ୍ତ ସିଂ ଆଲୋଚନା କରିଥିଲେ । ତେବେ ଖୁବଶୀଘ୍ର ଶିଳ୍ପ ସଂସ୍ଥା ପାଇଁ ବଡ଼ ପ୍ୟାକେଜ ଘୋଷଣା କରିପାରନ୍ତି ରାଜ୍ୟ ସରକାର । ଆଉ ୪ ରୁ ୫ ଦିନ ଭିତରେ ପୁଣି ଥରେ ବୈଠକ ବସି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି ।

ସବୁଠାରୁ ବଡ଼ କଥା ହେଲା କି, ଲକଡାଉନ୍ ସମୟରେ ଶିଳ୍ପ କ୍ଷେତ୍ରରେ ଅଟକି ଯାଇଥିବା ଆର୍ଥିକ ଚକକୁ ପୁଣି ଟ୍ରାକ୍ ଫେରାଇ ଆଣିବା ପାଇଁ ବଡ଼ ପଦପେକ୍ଷ ନେଉଛନ୍ତି ରାଜ୍ୟ ସରକାର । ତେଣୁ ଶ୍ରମିକମାନଙ୍କୁ ପୂର୍ବରୁ ନିଜ ରାଜ୍ୟରେ ଜିଲ୍ଲାରୁ ଜିଲ୍ଲା ଯାଅଆସ କରି କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଶ୍ରମିକଙ୍କୁ ପ୍ରାଧାନ୍ୟ ଦେଇ ରାଜ୍ୟର ଆର୍ଥିକ ବିକାଶ ପାଇଁ ସର୍ବଦା ପ୍ରଚେଷ୍ଟା କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।