ଜୟପୁରରେ ଆନ୍ତଃରାଜ୍ୟ ଠକେଇର ମାଷ୍ଟରମାଇଣ୍ଡ ଗିରଫ: ଓଡିଶାରୁ ଛତିଶଗଡ ଲମ୍ବିଛି ଚେର; ଅଧାଦାମରେ ଘରୋଇ ଉପକରଣ ଯୋଗାଇଦେବାକୁ କହି ଠକୁଥିଲା

59

କନକ ବ୍ୟୁରୋ: ଆନ୍ତରାଜ୍ୟ ଠକେଇ ରାକେଟର ମାଷ୍ଟର ମାଇଣ୍ଡକୁ ବାନ୍ଧିଲା ପୋଲିସ । ଓଡ଼ିଶାରୁ ଛତିସଗଡ଼ ଲମ୍ବିଥିଲା ଠକେଇର ଚେର । ଅଧା ଦାମ୍ ରେ ଘରୋଇ ଉପକରଣ ଯୋଗାଇ ଦେବା ନାଁରେ ଲୋକଙ୍କ ଠାରୁ ଠକି ନେଇଥିଲା ଲକ୍ଷ ଲକ୍ଷ ଟଙ୍କା । ପୋଲିସକୁ ଚକମା ଦେଇ ରତିଅଧିଆ ବଦଳାଉଥିଲା ବ୍ୟବସାୟ ସ୍ଥାନ । ଶେଷରେ ଠକାମିର ମାଷ୍ଟର ମାଇଣ୍ଡ ଅବଦୁଲ ତାଇଜଉଦିନ୍କୁ ଛତିସଗଡ଼ ପୋଲିସ ଧରିବାରେ ସଫଳ ହୋଇଛିି ।

ଟିଭି ଫ୍ରିଜଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଘରୋଇ ଉପକରଣର ଅଧା ଦାମରେ ବିକ୍ରି କରୁଥିଲା । ୧୫ ଦିନ ପୁର୍ବରୁ ଉପକରଣର ଅଧା ଟଙ୍କା ଡ଼ିପୋଜିଟ କରିବାର ସର୍ତ ରଖିଥିଲା ଏହି ଠକ ସର୍ଦ୍ଦାର । ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ଖୋଲିଥିଲା କମ୍ପାନୀ । କାରବାର କୋଟିରୁ ଅଧିକା ପାର ହେବା ପରେ ରାତାରାତି ଚମ୍ପଟ ମାରୁଥିଲା ଠକ ସର୍ଦ୍ଦାର । ଛତିସଗଡ଼ରେ ଆପେଲ ହୋମ ନିଡ଼ସ୍ ନାମରେ ସଂସ୍ଥା ଖୋଲି ୭୦ହଜାର ଠକି ନେଉଥିବା ବେଳେ ଛିତିଶଗଡ଼ ପୋଲିସ ହାତରେ ଧରାପଡ଼ିଛି ମାଷ୍ଟର ମାଇଣ୍ଡ ତାଇଜଉଦିନ ।

ପୁର୍ବରୁ କୋରାପୁଟ ଜିଲ୍ଳାର ବୋରିଗୁମ୍ମାରେ ରାଜା ଟେଡ଼ର୍ସ ନାମରେ ସଂସ୍ଥା ଖୋଲି ଦେଢ଼କୋଟିରୁ ଅଧିକା ଅଗ୍ରୀମ ଟଙ୍କା ନେଇ ଫେରାର ହୋଇଯାଇଥିଲା । ବୋରିଗୁମ୍ମା ପୋଲିସ ଏହି ମାଷ୍ଟର ମାଇଣ୍ଡକୁ ଆଜି ବୋରିଗୁମ୍ମାକୁ ରିମାଣ୍ଡରେ ଆଣିଛି । ଯାହାକୁ ନେଇ ଲୋକଙ୍କ ପଇସା ଫେରିପାଇବା ଆଶା ବଡ଼ିଛି ।