କନକ ବ୍ୟୁରୋ: ଆଜି ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗୀର ସହରର ବିଭିନ୍ନ ବିଦ୍ୟାଳୟ ଯେପରି ବିଶ୍ୱତ୍ମା ବିଦ୍ୟା ମନ୍ଦିର, ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟ, ପତିତପାବନ ଏକାଡେମୀ, ସେମଫୋର୍ଡ ଉଚ୍ଚ ବିଦ୍ୟାଳୟ,ଏକାଡେ଼ମିକ ହାଇଟ ଉଚ୍ଚ ବିଦ୍ୟାଳୟ, ବିଦ୍ୟାଭାରତୀ ଉଚ୍ଚ ବିଦ୍ୟାଳୟ, ଆଇ. ଡି. ଏମ ଉଚ୍ଚ ବିଦ୍ୟାଳୟ ପ୍ରଭୃତି ଭାଗ ନେଇଥିଲେ । ସେଞ୍ଚୁରିଅନ ବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟର ପୃଷ୍ଠପୋଷକତା କରିଥିଲା । ସକାଳ ୭.୩୦ ରେ ଉତ୍ସବଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ।publive-image

Advertisment

ସକାଳ ୮ ଟାରେ ପ୍ରଥମ ମ୍ୟାଚ ବିଶ୍ୱାତ୍ମା ବିଦ୍ୟା ମନ୍ଦିର ଉଚ୍ଚ ବିଦ୍ୟାଳୟ ଓ ଏକାଡେ଼ମିକ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଚାରୋଟି ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସେମିଫାଇନାଲ ମ୍ୟାଚ ଗୁଡିକରେ ବିଜୟୀ ହୋଇଥିବା ଦଳ ଗୁଡିକ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । କ୍ରିକେଟ ଟୁର୍ଣ୍ଣାମେଣ୍ଟଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମାପିତ ହୋଇଥିଲା । ଉତ୍ସବରେ ଜେ. ଆଇ. ଟି. ଏମ (ସି. ଏଚ. ଏସ. ଇ ) ବିଜ୍ଞାନର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧକ୍ଷା ପୂଣ୍ୟତୋୟା ବିଶ୍ୱାଳ ଉପସ୍ଥିତ ରହି ସହଯୋଗ କରିଥିଲେ। ଅନୁଷ୍ଠାନର କ୍ରୀଡା ଶିକ୍ଷୟତ୍ରୀ କ୍ରିଷ୍ଣାମୟୀ ଭଇଁସାଲ, କରାଟେ ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ,ତଥା ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଉତ୍ସବଟିର ସଫଳ ପରିଚାଳନା ପାଇଁ ସହଯୋଗ କରିଥିଲେ ।

ଟୁର୍ଣ୍ଣାମେଣ୍ଟରେ ବିଚାରକ ଭାବରେ ବିଦ୍ୟାଳୟର ଅଧ୍ୟାପକ ଅରିନ୍ଦମ ପରିଛା, ଆଲୋକ ବେହେରା, ସ୍ବର୍ଣ୍ଣଜିତ ତ୍ରିପାଠୀ,ରାକେଶ ମେହେର, ପ୍ରଦୀପ୍ତ ମୁଦୁଲି, ସତ୍ୟବ୍ରତ ଷଡ଼ଙ୍ଗୀ ଏବଂ ଚନ୍ଦ୍ରଶେଖର ସେଠ ଦାୟିତ୍ୱ ତୁଲାଇଥଲେ । ମ୍ୟାଚର ଧାରା ବିବରଣୀ ଅନୁଷ୍ଠାନର ଅଧ୍ୟାପକ ଆକାଶ ପଟ୍ଟନାୟକ, ଫର୍ମାସୀ ବିଭାଗର ଛାତ୍ର ଆଶିଷ ଦାଶ ଏବଂ ଵି. ସି. ଏ ର ଛାତ୍ର ତରଣୀସେନ ଭୋଇ ପ୍ରଦାନ କରିଥିଲେ, ଯାହା ଅତ୍ୟନ୍ତ ଆକର୍ଷଣୀୟ ଥିଲା । ମ୍ୟାଚର ସ୍କୋରର ଭାବରେ ଅନୁଷ୍ଠାନର ଅଧ୍ୟାପିକା ଭକ୍ତି ପଢାରିଆ ଦାୟିତ୍ୱ ତୁଲାଇଥିଲେ ।publive-image

ପରିଶେଷରେ ଫାଇନାଲ ମ୍ୟାଚ ଆଇ. ଡି. ଏମ ଉଚ୍ଚ ବିଦ୍ୟାଳୟର ଦଳ ଓ ପି. ପି. ଏକାଡେମୀ ଉଚ୍ଚ ବିଦ୍ୟାଳୟର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପି. ପି ଏକାଡେମୀ ଉଚ୍ଚ ବିଦ୍ୟାଳୟ ଜିତିବା ପାଇଁ ୫୬ ରନର ଲକ୍ଷ୍ୟ ପ୍ରଦାନ କରିଥିଲା, ଯାହାକୁ ଆଇ. ଡି. ଏମ ଉଚ୍ଚ ବିଦ୍ୟାଳୟ ୬ ଉଇକେଟ ବିନିମୟରେ ପୁରଣ କରି ବିଜୟୀ ହୋଇଥିଲା । ଉତ୍ସବର ଉଦଯାପନୀ ସମାରୋହରେ ବେଷ୍ଟ ବ୍ୟାଟ୍ସମ୍ୟାନ ଭାବରେ ବିଶ୍ୱତ୍ମା ବିଦ୍ୟା ମନ୍ଦିର ଉଚ୍ଚ ବିଦ୍ୟାଳୟର ସଂକେତ ରାଜପୁତ ପୁରସ୍କୃତ ହୋଇଥିଲେ । ବେଷ୍ଟ ବୋଲର ଭାବରେ ଆଇ. ଡି. ଏମ. ଉଚ୍ଚ ବିଦ୍ୟାଳୟର ଆକାଶ ମହାକୁର ପୁରସ୍କୃତ ହୋଇଥିଲେ । ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ ଭାବରେ ମଧ୍ୟ ଆଇ.ଡି. ଏମ.ଉଚ୍ଚ ବିଦ୍ୟାଳୟର ଆକାଶ ମହାକୁର ପୁରସ୍କୃତ ହୋଇଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୯ଟି ଉଇକେଟ ସଂଗ୍ରହ କରିଥିଲେ । ଟୁର୍ଣ୍ଣାମେଣ୍ଟର ମ୍ୟାଚ ଗୁଡିକରେ ଖେଳାଳୀମାନଙ୍କର ପ୍ରଦର୍ଶନ ଆକର୍ଷଣୀୟ ଥିଲା । ଅନୁଷ୍ଠାନର ଏହି ପ୍ରୟାସ ଯାହା ଖେଳ ପାଇଁ ଏକ ନୂତନ ଆକର୍ଷଣ ସୃଷ୍ଟି କରିବ, ସେଥିପାଇଁ ସହରର ସବୁ ମହଲରୁ ଏହାକୁ ସ୍ୱାଗତ କରାଯାଇଛି ।