ନିର୍ବାଚନ ପୂର୍ବରୁ ଜୋରଦାର ଚେକିଂ । ସାରା ରାତି ଚେକିଂରେ ଲାଗିଲେ ବରଗଡ ସଦର ପୋଲିସ

95

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଜୋରଦାର ଚେକିଂ । ସାରାରାତି ଚେକିଂ କରୁଛନ୍ତି ପୋଲିସ କର୍ମଚାରୀ । ବରଗଡ ସହରରୁ ଆସିଛି ଏଭଳି ଚିତ୍ର । ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସାରା ରାତି ଚେକିଂ କରିଛି ବରଗଡ ସଦର ପୋଲିସ ।

ସବୁ ଗାଡିର ଡିକି ଖୋଲି ଚେକିଂ କରୁଛି ପୋଲିସ । ନିର୍ବାଚନ ସମୟରେ କୌଣସି ଅଘଟଣକୁ ଏଡାଇବା ପାଇଁ ସଜାଗ ରହିଛି ପୋଲିସ । ସେଥିପାଇଁ ରାତିରେ ସବୁ ଗାଡିକୁ ଚେକିଂ କରାଯାଉଛି । ଅପରାଧିକ ଘଟଣାକୁ ରୋକିବା ପାଇଁ ଚେକିଂ ଜୋରଦାର କରିଛି ।