କନକ ବ୍ୟୁରୋ : ସାଲେପୁର ମୁଖ୍ୟ ବଜାରର ଦୃଶ୍ୟ ଦେଖିବା ପରେ ପରିମଳ ବ୍ୟବସ୍ଥା ବାବଦରେ କହିବାର ଆବଶ୍ୟକତା ନାହିଁ। କଟକ-ଚାନ୍ଦବାଲି ରାଜ୍ୟ ରାଜପଥ କଡ଼ରେ ଡ୍ରେନ୍ ଅଛି, କିନ୍ତୁ ବଜାରରୁ ଜଳ ନିଷ୍କାସନ ହୋଇପାରୁନି। କାରଣ ଡ୍ରେନଟି ଅଳିଆ ଆବର୍ଜନାରେ ପୋତି ହୋଇଯାଇଛି। କେବଳ ଡ୍ରେନେଜ ସିଷ୍ଟମ ନୁହେଁ ପ୍ରଶାସନର ଅଣଦେଖା ଯୋଗୁଁ ପରିମଳ ବ୍ୟବସ୍ଥା ମଧ୍ୟ ସଂପୂର୍ଣ୍ଣ ଭୁଶୁଡି ପଡିଥିବା ଅଭିଯୋଗ ହୋଇଛି।
ଆଗରୁ ବଜାରର ମଝିରେ ୪ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଥିଲା। ଏହାର ସମାଧାନ ପାଇଁ ବିଧାୟକ ଅର୍ଥ ମଂଜୁର କରିବା ସହ ଡ୍ରେନେଜ ସିଷ୍ଟମରେ ସୁଧାର ପାଇଁ ନୂଆ ଡ୍ରେନ୍ କରାଯାଇଛି। ହେଲେ ପ୍ରକଳ୍ପଟି ସଠିକ ଢ଼ଙ୍ଗରେ ନହେବାରୁ ସ୍ଥିତି ଯାହାକୁ ସେଇଆ।
ସାଲେପୁର ମୁଖ୍ୟ ବଜାରରେ ଦେଖା ଦେଇଥିବା ଡ୍ରନେଜ ସିଷ୍ଟମରେ ସୁଧାର ଆଣିବା ପାଇଁ ଦାବି ହୋଇଛି ।