କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି। ୧୫ଟି ଜାଗାରେ ପାରଦ ୪୦ଡିଗ୍ରି ଉପରକୁ ଯାଇଥିବାବେଳେ ବାତ୍ୟା ପରେ ୪୦ଡିଗ୍ରି ତଳେ ଭୁବନେଶ୍ବରର ତାପମାତ୍ରା ୪୦.୨ଛୁଇଁଛି। ଏପଟେ ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫.୮ଡିଗ୍ରି ରେକର୍ଡ ହୋଇଛି। ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଆସନ୍ତା ତିନି ଦିନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷକରି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାତି ଅସହ୍ୟ ହେବ ବୋଲି କୁହାଯାଇଛି।
ଏପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ବଢ଼ିବ। ଉପକୂଳ ଓଡ଼ିଶାରେ ସବୁଠି ତାତି ବଢ଼ିବ। ଭୁବନେଶ୍ବରରେ ୦.୫ରୁ ୧ଡିଗ୍ରି ପର୍ଯ୍ୟନ୍ତ ପାରଦ ଉପରକୁ ଉଠିବ। ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ସବୁଠୁ ଅଧିକ ଉତ୍ତପ୍ତ ରହିବ। କିନ୍ତୁ ୨୦ରୁ ସାରା ରାଜ୍ୟରେ ତାତି କମିବ। ୨୧ତାରିଖରୁ ବଙ୍ଗୋପସାଗରରୁ ପବନ ଆନ୍ଧ୍ରପ୍ରଦେଶ ହୋଇ ଓଡ଼ିଶାରେ ବହିବ। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ।
ହେଲେ ୨୩ରୁ ସାରା ରାଜ୍ୟରେ ତାତି ବଢ଼ିବ। ୨୩ରୁ ଅସହ୍ୟ ଗରମ ଓ ଗୁଳଗୁଳି ଅନୁଭୂତ ହେବ। ମେ ୨୭ରେ ଭୁବନେଶ୍ବରରେ ପାରଦ ୪୩ଡିଗ୍ରି ଛୁଇଁପାରେ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପାରଦ ୪୬ଡିଗ୍ରି ଛୁଇଁବ। ଏହି ସମୟରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ବହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/2_00063.png)
/kanak/media/post_attachments/wp-content/uploads/2019/05/WEATHER1-300x169.jpg)
/kanak/media/post_attachments/wp-content/uploads/2018/03/Screen-shot-2018-03-30-at-6.01.28-PM-300x167.png)