ଅସହ୍ୟ ତାତିରେ କଲବଲ ହେଉଛି ଓଡ଼ିଶା: ତାତି ଆହୁରି ୨ ଦିନ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ଜାରି ରହିବ ଗ୍ରୀଷ୍ମପ୍ରବାହ

334

କନକ ବ୍ୟୁରୋ: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତାପମାତ୍ରା କମିଥିଲେ ବି ଆହୁରି ୨ ଦିନ ପ୍ରବଳ ତାତି ଜାରି ରହିବ । ବିଶେଷକରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ତାତି ଜାରି ରହିବ । ଝାଞ୍ଜି ପବନ ସାଙ୍ଗକୁ ଅସ୍ତ ବ୍ୟସ୍ତ ଜୀବନ ଯାତ୍ରା । ଦିନ ୧୦ଟା ହେଲେ ଲୋକେ ବାହାରକୁ ଆସିବା ମୁସ୍କିଲ ହୋଇପଡିଛି ।

https://www.indiaspend.com

ପଶ୍ଚିମ ଓଡିଶାରେ ତାପମାତ୍ରା ଏବେ ୪୦ ଡିଗ୍ରୀରୁ ଅଧିକ ରହିଛି । ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ଖରା ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି,ଗାମୁଛା ପିନ୍ଧିଛି ତ ଆଉ କାହାର ସାହା ଚଷମା । ଗତ କିଛି ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟ ଜଳ ସମସ୍ୟାରେ ଲୋକେ ଆଉଟୁପାଉଟୁ ହେଉଛନ୍ତି ।

Comments are closed.