କନକ ବ୍ୟୁରୋ: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତାପମାତ୍ରା କମିଥିଲେ ବି ଆହୁରି ୨ ଦିନ ପ୍ରବଳ ତାତି ଜାରି ରହିବ । ବିଶେଷକରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ତାତି ଜାରି ରହିବ । ଝାଞ୍ଜି ପବନ ସାଙ୍ଗକୁ ଅସ୍ତ ବ୍ୟସ୍ତ ଜୀବନ ଯାତ୍ରା । ଦିନ ୧୦ଟା ହେଲେ ଲୋକେ ବାହାରକୁ ଆସିବା ମୁସ୍କିଲ ହୋଇପଡିଛି ।
https://www.indiaspend.comପଶ୍ଚିମ ଓଡିଶାରେ ତାପମାତ୍ରା ଏବେ ୪୦ ଡିଗ୍ରୀରୁ ଅଧିକ ରହିଛି । ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ଖରା ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି,ଗାମୁଛା ପିନ୍ଧିଛି ତ ଆଉ କାହାର ସାହା ଚଷମା । ଗତ କିଛି ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟ ଜଳ ସମସ୍ୟାରେ ଲୋକେ ଆଉଟୁପାଉଟୁ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/3-1.jpg)