ଓଡ଼ିଶା ପାଇଁ ସତର୍କ ଘଣ୍ଟି । ତାପମାତ୍ରା ବୃଦ୍ଧି ଯୋଗୁଁ ୨୧୦୦ ମସିହା ସୁଦ୍ଧା ବର୍ଷକୁ ଅଧିକ ୪୨ ହଜାର ଲୋକ ପଡିବେ ମୃତ୍ୟୁ ମୁଖରେ, ଗରମ ଦିନର ସଂଖ୍ୟା ୩୦ ଗୁଣା ବୃଦ୍ଧି ପାଇବ ।

Advertisment
ଓଡ଼ିଶା ପାଇଁ ସତର୍କ ଘଣ୍ଟି । ତାପମାତ୍ରା ବୃଦ୍ଧି ଯୋଗୁଁ ୨୧୦୦ ମସିହା ସୁଦ୍ଧା ବର୍ଷକୁ ଅଧିକ ୪୨ ହଜାର ଲୋକ ପଡିବେ ମୃତ୍ୟୁ ମୁଖରେ, ଗରମ ଦିନର ସଂଖ୍ୟା ୩୦ ଗୁଣା ବୃଦ୍ଧି ପାଇବ ।

କନକ ବ୍ୟୁରୋ : ତାପମାତ୍ରା ବୃଦ୍ଧି ଯୋଗୁଁ ଓଡ଼ିଶାରେ ୨୧୦୦ ମସିହା ସୁଦ୍ଧା ବର୍ଷକୁ ଅଧିକ ୪୨ ହଜାର ଲୋକ ମୃତ୍ୟୁ ମୁଖରେ ପଡ଼ିବେ । ବିଶ୍ୱର ୨୦ରୁ ଅଧିକ ଗବେଷକ ଓ ପ୍ରଫେସରଙ୍କୁ ନେଇ ଗଠିତ “କ୍ଲାଇମେଟ୍ ଇମ୍ପାକ୍ଟ ଲାବ୍”ର ଏଭଳି ପୂର୍ବାନୁମାନ ଏବେ ସମସ୍ତଙ୍କ ନିଦ ହଜେଇ ଦେଇଛି । ସିକାଗୋ ବିଶ୍ୱବିଦ୍ୟାଳୟ ଓ ଟାଟା ସେଂଟର ଫର ଡେଭଲପମେଂଟ୍ ସହାୟତାରେ “କ୍ଲାଇମେଟ୍ ଇମ୍ପାକ୍ଟ ଲାବ୍” ପକ୍ଷରୁ ଆଜି ଭୁବନେଶ୍ୱରରେ ଏହି ରିପୋର୍ଟକୁ ଉନ୍ନୋଚନ କରାଯାଇଛି । ଯେଉଁଥିରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ ।

publive-imageବିପଦ ସାଜି ମାଡ଼ି ଆସୁଛି ତାପମାତ୍ରା ବୃଦ୍ଧି । ୨୧୦୦ ମସିହା ବେଳକୁ ଓଡ଼ିଶାରେ ଗରମ ଦିନର ସଂଖ୍ୟା ବଢ଼ିଯିବ । ଗରମ ଦିନର ସଂଖ୍ୟା ଓଡ଼ିଶାରେ ୩୦ଗୁଣ ବୃଦ୍ଧି ପାଇବ । ଗରମ ଯୋଗୁଁ ବର୍ଷକୁ ଅଧିକ ୪୨ ହଜାର ଲୋକ ମୃତ୍ୟୁମୁଖରେ ପଡ଼ିବେ । ଆମେରିକାର ସିକାଗୋ ବିଶ୍ୱବିଦ୍ୟାଳୟ, କାଲିଫର୍ନିଆ ବିଶ୍ୱବିଦ୍ୟାଳୟ, ଲଣ୍ଡନ୍ ସ୍କୁଲ ଅଫ୍ ଇକୋନୋମିକ୍ସ ଭଳି ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟର ୨୦ରୁ ଅଧିକ ଗବେଷକଙ୍କୁ ନେଇ ଗଠିତ “କ୍ଲାଇମେଟ୍ ଇମ୍ପାକ୍ଟ ଲାବ୍” ତାର ଗବେଷଣାମୂଳକ ରିପୋର୍ଟକୁ ଆଜି ଉନ୍ନୋଚନ କରିଛି, ଯାହା ଓଡ଼ିଶା ପାଇଁ ଚିନ୍ତାର ବିଷୟ ହୋଇଛି । ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଅର୍ଥାତ୍ ୨୧୦୦ ମସିହା ସୁଦ୍ଧା ଓଡ଼ିଶାରେ ଗରମ ଦିନର ସଂଖ୍ୟା ୩୦ଗୁଣ ବୃଦ୍ଧି ପାଇବ । ଆଉ ଅତ୍ୟଧିକ ଗରମ ଯୋଗୁଁ ବର୍ଷକୁ ଅଧିକ ୪୨ ହଜାର ଲୋକ ମୃତ୍ୟୁମୁଖରେ ପଡ଼ିବେ । ୧୯୯୮ ମସିହାରେ ଅସ୍ୱାଭାବିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓଡ଼ିଶାରେ ୨,୦୪୨ଜଣଙ୍କ ମୃତ୍ୟୁ ଘଟିଥିଲା ।

ଗ୍ଲୋବାଲ୍ ୱାର୍ମିଂ ବା ବିଶ୍ୱର ତାପମାନ ବୃଦ୍ଧି ଯୋଗୁଁ ୨୦୫୦ ମସିହା ସୁଦ୍ଧା ଓଡ଼ିଶାର ଉପକୂଳରେ ଥିବା ଗଂଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଅଂଚଳ ସମୁଦ୍ରରେ ଜଳମଗ୍ନ ହେବ ବୋଲି ନିକଟରେ ନିକଟରେ ନୁଜର୍ସିର “କ୍ଲାଇମେଟ୍ କଂଟ୍ରୋଲ’’ ନାମକ ସଂସ୍ଥା ପୂର୍ବାନୁମାନ କରିଥିଲା । ସେହିଭଳି ଏବେ “କ୍ଲାଇମେଟ୍ ଇମ୍ପାକ୍ଟ ଲାବ୍”ର ପୂର୍ବାନୁମାନ ଚିନ୍ତାର ବିଷୟ ହୋଇଛି । ହୃଦରୋଗରେ ଯୋଗୁଁ ବର୍ଷକୁ ରାଜ୍ୟରେ ଯେତେ ଲୋକ ମରୁଛନ୍ତି, ଅତ୍ୟଧିକ ଗରମ ଯୋଗୁଁ ତାର ୫ଗୁଣ ଲୋକ ମୃତ୍ୟୁମୁଖରେ ପଡ଼ିପାରନ୍ତି ବୋଲି ଏହି ରିପୋର୍ଟରେ ପୂର୍ବାନୁମାନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe