କନକ ବ୍ୟୁରୋ: ଷ୍ଟ୍ରଙ୍ଗରୁମର ସିସିଟିଭି ବନ୍ଦ ହେବାକୁ ନେଇ ନୀଳଗିରିରେ ଉତେଜନା । ସୁରକ୍ଷା କର୍ମୀ ଓ ପୁଲିଂ ଅଧିକାରୀଙ୍କ ସହ କର୍ମୀଙ୍କ ଝଗଡା ଦେଖିବାକୁ ମିଳିଛି । ସିସଟିଭି ବନ୍ଦ କରି ଇଭିଏମ ଟ୍ୟାମ୍ପରିଂ କରଯାଉଥିବା ଅଭିଯୋଗ ଆଣିଛନ୍ତି କର୍ମୀ । ଯାହାକୁ ନେଇ ଘଟଣା ସ୍ଥଳରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ନିର୍ବାଚନ ସରିଥିଲେ ମଧ୍ୟ କର୍ମୀଙ୍କ ଆଖରେ ନିଦ ନାହିଁ । ଇଭିଏମ ଥିବା ଷ୍ଟ୍ରଙ୍ଗ୍ ରୁମକୁ ଜଗିଛନ୍ତି ବିଭିନ୍ନ ଦଳର କର୍ମୀ । ବାଲେଶ୍ୱର ନୀଳଗିରି ଷ୍ଟ୍ରଙ୍ଗ ରୁମ ବାହାରେ କର୍ମୀମାନେ ବସିଥିବା ବେଳେ ସିସିଟିଭି ବନ୍ଦ ହୋଇଂଯାଇଛି । ଇଭିଏମଗୁଡିକ ସିସିଟିଭି ନଜରରେ ରହିଥିଲେ ମଧ୍ୟ କର୍ମୀମାନେ ବାହାରେ ରହି ସିସିଟିଭି ଉପରେ ନଜର ରଖିଛନ୍ତି । ଚଳିତ ବର୍ଷ ନୀଳଗିରିରେ ମୋଟ ୨୧୯ ମତଦାନ କେନ୍ଦ୍ରରେ ମତଦାନ ହୋଇଥିଲା । ଏସବୁ କେନ୍ଦ୍ରର ଇଭିଏମ ଏଠାରେ ରଖାଯାଇଛି ।
କାମ କରୁନି ସିସିଟିଭି ଡିସପ୍ଲେ: ଷ୍ଟ୍ରଙ୍ଗରୁମ ସାମ୍ନାରେ ତୀବ୍ର ଉତ୍ତେଜନା
/kanak/media/post_attachments/wp-content/uploads/2024/06/yny.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)