ସରଗରମ ଉପ-ନିର୍ବାଚନ ରାଜନୀତି : ଆଜି ମୈଇଦାନରେ ନୁହେଁ ନବୀନ ନିବାସରୁ ଡିଜିଟାଲ ମାଧ୍ୟମରେ ପ୍ରଚାର କରିବେ ନବୀନ; ତିର୍ତ୍ତୋଲରେ ଡିଜିଟାଲ ସମାବେଶ

୨୯ରେ ବାଲେଶ୍ୱର ସଦର ଆସନ ପାଇଁ କରିବେ ପ୍ରଚାର

114

କନକ ବ୍ୟୁରୋ : ଆଜି ଠାରୁ ବିଜେଡିର ପ୍ରଚାର ମଙ୍ଗ ଧରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥର ମୈଇଦାନରେ ନୁହେଁ ନବୀନ ନିବାସରୁ ଡିଜିଟାଲ ମାଧ୍ୟମରେ ପ୍ରଚାର କରିବେ ନବୀନ । ଆଜି ତିର୍ତ୍ତୋଲରେ ଡିଜିଟାଲ ସମାବେଶ ଓ ୨୯ ତାରିଖରେ ବାଲେଶ୍ୱର ସଦର ଆସନ ପାଇଁ କରିବେ ପ୍ରଚାର । ସେପଟେ ବାଲେଶ୍ୱର ବ୍ୟାଟେଲ ଗ୍ରାଉଣ୍ଡରେ ଚାଲିଛି ମହା ମୁକାବିଲା । ଉପନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପ୍ରଚାର ମଇଦାନ କମ୍ପୁଛି ।

ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକର ଦେଖିବା ପାଇଁ ମିଳୁଛି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଦଳର ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତା ବାଲେଶ୍ୱରରେ ଡେରା ପକାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ମାନସ ଦତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀଠାରୁ ଆରମ୍ଭ କରି ବଡ ବଡ ନେତା କସରତ ଚଳାଇଛନ୍ତି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ମଧ୍ୟ ନିଜ ସମର୍ଥକଙ୍କ ଶୋଭାଯାତ୍ରା, ସମାବେଶ ଓ ଘର ଘର ବୁଲି ପ୍ରଚାର କରୁଛନ୍ତି ।