କ୍ୱାରେନଟାଇନରେ ଗଲେ ଆଇବିର ସମସ୍ତ ଅଧିକାରୀ ଓ କର୍ମଚାରୀ: ଭୁବନେଶ୍ୱରର ସ୍ପେଶାଲ ସର୍କିଟ ହାଉସ ପାଖରେ ଥିବା କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ସିଲ କଲା ବିଏମସି

540

କନକ ବ୍ୟୁରୋ: କ୍ୱାରେନଟାଇନରେ ଗଲେ ଇଂଟିଲିଜେନ୍ସ ବ୍ୟୁରୋର ସମସ୍ତ ଅଧିକାରୀ ଓ କର୍ମଚାରୀ । ଭୁବନେଶ୍ୱରର ସ୍ପେଶାଲ ସର୍କିଟ ହାଉସ ପାଖରେ ଥିବା କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟକୁ ସିଲ କରିଛି ବିଏମସି । ଏଥିସହ ସମସ୍ତ କର୍ମଚାରୀଙ୍କୁ ଘରେ ସଙ୍ଗରୋଧରେ ରଖାଯାଇଛି । କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟର ଜଣେ କର୍ମଚାରୀ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ଏପରି ପଦକ୍ଷେପ ନିଆଯାଇଛି ।

ଅନ୍ୟପଟେ କରୋନା ମୁକାବିଲା ନେଇ ଆଜି ସ୍ୱାସ୍ଥ୍ୟ ସଚିବ ଶ୍ରୀ ଧଳ ଓ ଡିଏମଇଟି ଡା.ସିବିକେ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା କେବଳ କୋଭିଡ-୧୯ ହସ୍ପିଟାଲରେ କରାଯିବ । ଏହି ସୂଚନା ଦେଇଛନ୍ତି, ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, କରୋନା ରୋଗୀଙ୍କୁ ସମ, ଏମ୍ସ ଓ ଅଶ୍ୱିନୀ ଭଳି ୭ଟି ହସପିଟାଲରେ ଚିକିତ୍ସା କରାଯାଉଛି । ତେଣୁ କରୋନା ଲକ୍ଷଣ ଦେଖା ଦେଲେ କୋଭିଡ-ହସ୍ପିଟାଲ ଘୋଷଣା ହୋଇନଥିବା ମେଡିକାଲକୁ ଚିକିତ୍ସା ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟ ରୋଗୀଙ୍କୁ ରାଜ୍ୟର ଅନ୍ୟ ମେଡିକାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । କରୋନା ରୋଗ ଜଣକ ଠାରୁ ଅନ୍ୟଜଣଙ୍କୁ ସଂକ୍ରମିତ ହେବାର ସମ୍ଭାବନା ରହିଛି । ତେଣୁ କରୋନା ସଂକ୍ରମିତଙ୍କ ଠାରୁ ଦୁରେଇ ରହିବା ସହ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯାଉଛି । ତେଣୁ କରୋନା ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଅପିଲ କରିଛନ୍ତି ଡିଏମଇଟି ସିବିକେ ମହାନ୍ତି ।