ଦକ୍ଷିଣ ଭାରତରେ ବଢିଚାଲିଛି ଆତଙ୍କବାଦୀଙ୍କ ଅନୁପ୍ରବେଶ ! ସରକାରଙ୍କୁ ସତର୍କ କରାଇଲା ଗୁଇନ୍ଦା ବିଭାଗ

Advertisment
ଜଳପଥରେ ଆସି ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛି ଜୈସ-ଇ-ମହମ୍ମଦ । ଗୁଇନ୍ଦା ସୂଚନା ପରେ ନୌସେନା ମୁଖ୍ୟ କହିଲେ ଜବାବ ଦେବାକୁ ପ୍ରସ୍ତୁତ ନୌବାହିନୀ

କନକ ବ୍ୟୁରୋ : ଦକ୍ଷିଣ-ଭାରତରେ ବିଶ୍ୱର ସବୁଠୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସର ଅନୁପ୍ରବେଶ ବଢିଚାଲିଛି । ଏ ନେଇ ଗୁଇନ୍ଦା ସଂସ୍ଥାମାନେ ସରକାରଙ୍କୁ ସତର୍କ କରାଇଦେଇଛନ୍ତି । ବିଶେଷକରି ତାମିଲନାଡୁ, କେରଳ ଓ ତେଲେଙ୍ଗାନାରେ ଆଇଏସ ଆତଙ୍କବାଦୀମାନଙ୍କ ନେଟଓ୍ଵାର୍କ ରହିଛି ବୋଲି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି । ଗତ ମାସରେ ଶ୍ରୀଲଙ୍କାରେ ହୋଇଥିବା ସରିଜ ବୋମା ବିସ୍ଫୋରଣ ପରେ ତାହାର ଚେର ଦକ୍ଷିଣ ଭାରତକୁ ଲମ୍ବିଥିବା ଜଣାପଡିଥିଲା ।

publive-imageଏପରିକି ଶ୍ରୀଲଙ୍କାରେ ଆତ୍ମଘାତି ଆକ୍ରମଣ କରିଥିବା ଆତଙ୍କବାଦୀମାନେ କେରଳରେ ତାଲିମ ନେଇଥିଲେ ବୋଲି ଶ୍ରୀଲଙ୍କାର ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା କହିଥିଲେ । ଗୁଇନ୍ଦା ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ସିରିଆକୁ ଯାଇଥିବା ଭାରତୀୟ ଯୁବକମାନେ ସେଠାରେ ଆଇଏସର ପରାଜୟ ପରେ ଭାରତକୁ ଫେରିଆସିଛନ୍ତି । ଭାରତରେ ହିଂସାକାଣ୍ଡ କରିବା ଲାଗି ସେମାନଙ୍କୁ ବିଦେଶରୁ ଅର୍ଥ ଆସୁଛି । ଆଗକୁ ଏମାନେ ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । ତେବେ ଗୃହ ମନ୍ତ୍ରଣାଳୟ ଭାରତରେ ଆଇଏସର ଉପସ୍ଥିତି ସେତେଟା ଚିନ୍ତାଜନକ ନାହିଁ ବୋଲି କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe