ବାଇକ୍ ଏଭଳି ଏକ ବାହନ ଯାହାକୁ ଘରେ ଘରେ ପ୍ରତିଦିନ ବ୍ୟବହାର କରାଯାଏ । ନିୟମ ମୁତାବକ ବାଇକ୍ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ଇନ୍ସୁରେନ୍ସ କରିବାକୁ ପଡିବ । ଗାଡି ପାଇଁ ଇନ୍ସୁରେନ୍ସ କରିବାକୁ ଲୋକ ଅଯଥା ଖର୍ଚ୍ଚ ବୋଲି ଭାବିଥାନ୍ତି । କିଛି ଲୋକ ନୂଆ ଗାଡି ପାଇଁ ଇନ୍ସୁରେନ୍ସ କରିଥିବା ବେଳେ ପୁରୁଣା ଗାଡି ପାଇଁ ଇନ୍ସୁରେନ୍ସ କାଇବାକୁ ପଛଘୁଞ୍ଚା ଦିଅନ୍ତି । ତେବେ ଏତିକି ମନେରଖନ୍ତୁ ଯେ ଆପଣ ଯେକୌଣସି ଗାଡି କିଣିଲେ ମଧ୍ୟ ଏଥିପାଇଁ ବୀମା ଅଧିକ ଜରୁରୀ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଏଭଳି ତରିକା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ଶସ୍ତାରେ ବୀମା ପଲିସି କରାଇପାରିବେ ।
୧.ସଠିକ୍ ବାଇକର ଚୟନ କରନ୍ତୁ- ବୀମା ପ୍ରିିମିୟମ୍ ର ଖର୍ଚ୍ଚ କେତେ ଆସିବ ଏହା ବାଇକର ସଠିକ ଉପରେ ନିର୍ଭର କରେ । ଯଦି ଆପଣ ଦାମିକା ବାଇକ୍ କିଣିଛନ୍ତି,ତେବେ ଆପଣଙ୍କୁ ଉଚ୍ଚ ବୀମା ପ୍ରିିମିୟମ୍ ଦେବାକୁ ପଡିବ । ଯଦି ଆପଣ ଏକ ଷ୍ଟାଣ୍ଡାର୍ଡ ବାଇକ୍ କିଣୁଛନ୍ତି,ପୁରୁଣା ମଡେଲର ବାଇକ୍ କିମ୍ବା କୌଣସି ସେକେଣ୍ଡ ହ୍ୟାଣ୍ଡ ବାଇକ୍ କିଣୁଛନ୍ତି ତେବେ ବୀମାକର୍ତ୍ତା ଏହି ତଥ୍ୟ ଉପରେ ବିଚାର କରି ପ୍ରତିସ୍ପର୍ଧୀ ବୀମା ପ୍ରିମିୟମ୍ ଦରକୁ ଆଗକୁ ଆଣିଥାନ୍ତି । ଏମିତିରେ ମେଣ୍ଟେନାନ୍ସ ତଥା ରିପ୍ଲେସମେଣ୍ଟ ଖୁବ୍ କମ୍ ଆସିବ ।
୨. ବୀମା ପ୍ଲାନ୍ ର ତୁଳନା କରନ୍ତୁ- ବୀମା ପ୍ଲାନ୍ କିଣିବା ପୂର୍ବରୁ ଦେଶର ବଡ ବୀମା କଂପାନୀରୁ ଦିଆଯାଉଥିବା ବୀମା ଯୋଜନାକୁ ପ୍ରଥମେ ପରଖି ନିଅନ୍ତୁ । ଏଥିପାଇଁ ଆପଣ ଅନଲାଇନ୍ ଥାର୍ଡ ପାର୍ଟି ବୀମା ପୋର୍ଟଲ୍ସ ସମ୍ବନ୍ଧୀତ ବୀମାକର୍ତ୍ତାଙ୍କ ୱେବସାଇଟରେ ଏହାର ତୁଳନା କରିପାରିବେ । ଆପଣଙ୍କ ବୀମା କଂପାନୀ କେଉଁ ପ୍ଲାନ୍ ଦେଉଛି ଏବଂ ଏହା ଉପରେ ଲାଭ, ସୁବିଧା, ବିଭିନ୍ନ ପ୍ରକ୍ରିୟା, ପ୍ରିମିୟମ୍ ଭୁଗତାନ୍ ଏବଂ କଂପାନୀ ଖର୍ଚ୍ଚର ଜାଞ୍ଚ୍ କରି ପ୍ରିମିୟମ୍ କିଣନ୍ତୁ ।
୩. ଅଧିକ ସମୟର ପଲିସି ଚୟନ କରନ୍ତୁ- ବାଇକ୍ ର ବୀମା ପାଇଁ ଲମ୍ବା ସମୟର ପଲିସି କରନ୍ତୁ । ଏହାକୁ ତିନିବର୍ଷ ପର୍ଯ୍ୟନ୍ତ ହେଲା ଭଳି ଚୟନ କରନ୍ତୁ । ଅଧିକ ସମୟର ବୀମା ପଲିସି କଲେ ବୀମା ଖର୍ଚ୍ଚ କମ୍ ଆସିଥାଏ ।
୪.ଡିସକାଉଣ୍ଟ ଦେବା ପାଇଁ କଥାବାର୍ତ୍ତା କରନ୍ତୁ- ବୀମା ପଲିସି ନେବା ପୂର୍ବରୁ ଏଜେଣ୍ଟଙ୍କ ଠାରୁ ଡିସକାଉଣ୍ଟ ପାଇଁ କଥାବାର୍ତ୍ତା କରନ୍ତୁ । ଏମିତି ବହୁ ବୀମା କଂପାନୀ ଅଛି ଯେଉଁଠି ଗ୍ରାହକଙ୍କ ବୟସକୁ ଦେଖି ମଧ୍ୟ ବୀମା ପଲିସିରେ ଡିସକାଉଣ୍ଟ୍ ଦେଇଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/best-bike-insurance.jpg)
/kanak/media/post_attachments/wp-content/uploads/2018/09/insurance-1991275-1300x914-300x211.jpg)