କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଚାଷୀର ପିଛା ଛାଡୁନି ସମସ୍ୟା । କେତେବେଳେ ରୋଗ ପୋକ ତ ଆଉ କେତେବେଳେ ଗଜା ମରୁଡିର ଶିକାର ହେଉଛି ଚାଷୀ । ବିଭିନ୍ନ ପ୍ରତିକୁଳ ପାଗ, ରୋଗ ପୋକ ଆଦିରୁ ନିଜ ଫସଲକୁ ବଂଚାଇ ଦୁଇ ପଇସା ଲାଭ ଆଶାରେ ବସିଛି ଚାଷୀ । ହେଲେ ଏବେ ବୀମା କମ୍ପାନୀ ପାଇଁ ଚାଷୀ ନିରାଶ ହୋଇପଡିଛି । ଅମଳ ଫସଲ ବିକି ବେଶ ଦୁଇପଇସା ପାଇବା ପାଇଁ ଆଶା ରଖିଥିଲା ଚାଷୀ । ହେଲେ ଏବେ ଦାଉ ସାଧିଛି ବୀମା କଂପାନୀ । କ୍ଷତିରେ ପଡିଥିବା ଚାଷୀଙ୍କୁ ସାହାଯ୍ୟ ନଦେଇ ନିଜ ମନଇଛା କ୍ରପ କଟିଂ କରିଚାଲିଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଛି ।

Advertisment