ବବିଙ୍କ ବଙ୍ଗଳା ପରେ ଜିତୁଙ୍କ ଢାବା: ଧର୍ମଶାଳାରେ ଥିବା ପ୍ରବଣ ବଳବନ୍ତରାୟଙ୍କ ବଲେ ବଲେ ଏସି ଢାବା ଓ ଲଜକୁ ସିଲ୍ ପାଇଁ ନିର୍ଦ୍ଦେଶ

1,600

କନକ ବ୍ୟୁରୋ: ବବିଙ୍କ ବଙ୍ଗଳା ପରେ ଜିତୁଙ୍କ ଢାବା । ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ‘ବଲେ ବଲେ’ ଏସି ଢାବା ଏବଂ ଲଜକୁ ସିଲ କରିଛି ପ୍ରଶାସନ । ଯାଜପୁର ସୁକୁମାରେ ପ୍ରବଣ ପ୍ରକାଶ ଦାସଙ୍କ କୁସୁମା ପ୍ରକଳ୍ପ ଭିତରେ ଏକ ବଙ୍ଗଳା ରହିଛି । ଯାହାକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ବଲେ ବଲେ ଢାବାକୁ ସିଲ କରିିବାକୁ ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ ଉନ୍ନୟନ କାମର ସମୀକ୍ଷା ବେଳେ ଏହି ଢାବାକୁ ବିନା କାଗଜପତ୍ରରେ ଲିଜ୍ ଦିଆଯାଇଥିବା ଜଣାପଡ଼ିବା ପରେ ତାକୁ ସିଲ୍ କରିବା ପାଇଁ କୁହାଯାଇଛି । ଚଣ୍ଡିଖୋଲ ନିକଟ ନେଉଳପୁର ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଧର୍ମଶାଳା ଭବନ ନିର୍ମାଣ କରାଯାଇଥିଲା । ଏହା ପରିସରରେ ବଲେ ବଲେ ଢାବା ଲିଜ୍ ରହିଛି ।