ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଶାସନ ସଚିବ । 

156

କନକ ବ୍ୟୁରୋ : ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଜିଲ୍ଲାପାଳଙ୍କୁ ଅତିରିକ୍ତ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଟିକାକରଣ ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରରେ ବ୍ୟବସ୍ଥା କରାଯିବ । ଏନେଇ କର୍ମଚାରୀଙ୍କୁ ଠିକ ଭାବେ ତାଲିମ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ନିଜେ ଉପସ୍ଥିତ ରହି ଟିକାକରଣ ପ୍ରସ୍ତୁତିକୁ ଅନଧ୍ୟାନ କରିବେ ଜିଲ୍ଲାପାଳ ।

ଟିକାକରଣ ପାଇଁ ସଂପୂର୍ଣ୍ଣ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ୟ୍ୟାୟରେ କେଉଁମାନେ ଟିକା ନେବେ, ତା’ର ଚୂଡ଼ାନ୍ତ ଡାଟାବେସ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ସେଥିରେ ଅଛନ୍ତି ୧ଲକ୍ଷ ୪୦ ହଜାର ଅଙ୍ଗନବାଡ଼ି କର୍ମୀ, ସହାୟିକା, ସୁପରଭାଇଜର ଓ ସିଡିପିଓ । ଟିକାକରଣ ପାଇଁ ୨୯ ହଜାର ୨୭୬ଟି କେନ୍ଦ୍ର ଚିହ୍ନଟ କରାଯାଇଛି ।

୮୨୭୬ ଜଣ ଟିକାଦାନ କର୍ମୀ ନିୟୋଜିତ ହେବେ । ସବୁଠୁ ବଡ଼ କଥା ହେଉଛି, ଟିକା ମହଜୁଦ ରଖିବାକୁ କୋଲ୍ଡ ଚେନ୍ ବା ଶୀତଳ ଶୃଙ୍ଖଳ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତୁତି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ଟିକାକୁ ସୁରକ୍ଷିତ ଭାବେ ଗଚ୍ଛିତ ରଖିବା ପାଇଁ ମୋଟ ୧୨୨୨ କୋଲ୍ଡ ଚେନ୍ ପଏଂଟ କରାଯାଇଛି ।