କନକ ବ୍ୟୁରୋ: ୩୫ ବର୍ଷରେ ପାଦ ଥାପିଛି ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ । ‘ଆମେ କେମିତି ଆଗକୁ ଯିବା ଓ ବଡ଼ କାମ କରିବା’ ଶୀର୍ଷକରେ ଆଲୋଚନା ହୋଇଛି । ଏହି ଅନୁଷ୍ଠାନର ବୈଜ୍ଞାନିକ ମାନେ ନିଜ ନିଜ ମଧ୍ୟରେ ଆଲୋଚନା କରି ବହୁତ ଭଲ କାର୍ଯ୍ୟ କରିଛନ୍ତି ଏବଂ କୋଭିଡ଼ ପରେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ପୁରସ୍କାର ମଧ୍ୟ ପାଇଛନ୍ତି ।

ଏ ଦେଶର ଆଦିବାସୀ ମାନଙ୍କ ଉପରେ ମଧ୍ୟ ଗବେଷଣା କରିଛନ୍ତି । ଏଠାକାର ଛାତ୍ରଛାତ୍ରୀ ମାନେ ଏବେର ପ୍ରଫେସର, ଆସିଷ୍ଟାଂଟ ପ୍ରଫେସର ହୋଇ ଭଲ ଭଲ ଜାଗାରେ କାର୍ଯ୍ୟ କରିଛନ୍ତି । ଆଗକୁ ଏହି ଇନଷ୍ଟିଚ୍ୟୁଟର ଲକ୍ଷ୍ୟ ରହିଛି କେମିତି କ୍ୟାନ୍ସର ଉପରେ ଅଧିକ କାର୍ଯ୍ୟ କରାଯିବା ସହିତ ଏଆଇର ମଡେଲ ବିକଶିତ କରାଯିବ । ଏବେ ସୁଦ୍ଧା ଅନେକ ବୈଜ୍ଞାନିକ ଓ ଗବେଷକ ନିଜ ନିଜଗ ଗବେଷଣା ଜାରି ରଖିଛନ୍ତି । ଆଗକୁ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଓଡିଶା ଆଇ ଏଲ ଏସ ର ନିର୍ଦ୍ଦେଶକ । ଏହି କାର୍ଯ୍ୟକ୍ରମରେ ତିନି ଜଣ ବକ୍ତା ରହିଥିଲେ । ଆନନ୍ଦ ଦେଶ ପାଣ୍ଡେ ମୁଖ୍ୟ ବକ୍ତା ଭାବେ ଯୋଗଦେବା ସହିତ ପଦ୍ମଶ୍ରୀ ପ୍ରଫେସର୍ ଏ.ଭି. ଦାସ ଏବଂ ଭି ରବିନ୍ଦ୍ରନାଥ ଯୋଗ ଦେଇଥିଲେ ।