ଅନ୍ଧବିଶ୍ୱାସର କରୁଣ ପରିଣତି । ରୋଗିଣା ବୃଦ୍ଧାଙ୍କୁ ଚିକିତ୍ସା କରିବା ବଦଳରେ ଜଙ୍ଗଲରେ ଛାଡ଼ିଦେଲେ ପରିବାର ଲୋକେ ।

108

କନକ ବ୍ୟୁରୋ: ଅନ୍ଧବିଶ୍ୱାସର ପରିଣାମ ଯେ ଏତେ ନିଷ୍ଠୁର ହୋଇପାରିବ ତାହା ଆପଣ କେବେ ଭାବି ନ ଥିବେ । ମୁଣ୍ଡରେ ଘା ହୋଇଯିବାରୁ ଜଣେ ୮୦ ବର୍ଷର ବୃଦ୍ଧାକୁ ବନ୍ୟ ଜୀବଜନ୍ତୁ ଭରା ଜଙ୍ଗଲରେ ଭିତରେ ଏକାକୀ ଛାଡିଦେଇଛନ୍ତି ପରିବାର ଲୋକେ । ଗ୍ରାମବାସୀଙ୍କ ଚାପରେ ପଡି ବୃଦ୍ଧାଙ୍କ ଚିକିତ୍ସା କରିବା ପରିବେର୍ତ୍ତ ଜଙ୍ଗଲରେ ଏକ ଜରି ପାଲ ଘେରା କୁଡିଆ ଭିତରେ ଛାଡିଦେଇଥିଲେ ପରିବାର ଲୋକେ ।

ତେବେ ଦୀର୍ଘ ୧୫ ଦିନ ଜଙ୍ଗଲରେ ଏକାକୀ ରହିବା ପରେ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଛନ୍ତି ସ୍ୱେଚ୍ଛାସେବୀ ସଙ୍ଗଠନ ବରଗଡ଼ ସଂକଳ୍ପ ମଞ୍ଚ । ଏଭଳି ହୃଦୟ ବିଦାରକ ଖବର ଆସିଛିି ବରଗଡ଼ ଜିଲ୍ଲା ଅତାବିତା ଥାନା ଅନ୍ତର୍ଗତ ଘନଘାଟି ଗ୍ରାମରେ  । ସେଠାରେ ଜଣେ ୮୦ ବର୍ଷର ବୃଦ୍ଧା କୌଶଲ୍ୟା ବେହେରାଙ୍କ ମୁଣ୍ଡରେ ଘା ହୋଇ ପୋକ ହୋଇଯାଇଥିଲା ଏବଂ ହାତରେ କଳା ଦାଗ ଦେଖାଯାଇଥିଲା । ଯାହାକୁ ନେଇ ଗ୍ରାମବାସୀ, ତାଙ୍କ ଜାତି ଏବଂ ସମାଜ ଲୋକେ ଏହି ପରିବାରକୁ ଗାଁରୁ ବାସନ୍ଦ କରିଥିଲେ । ତେଣୁ ପରିବାର ଲୋକେ ବାଧ୍ୟ ହୋଇ ବୃଦ୍ଧାଙ୍କୁ ବାରପାହାଡ ଜଙ୍ଗଲରେ ଏକାକୀ ଛାଡିଦେଇଥିଲେ । ପରେ ଭୋଜିଭାତ କରି ଗାଁ ଲୋକଙ୍କୁ ଦେବା ସହ ଜାତି ଲୋକେ ଏହି ପରିବାର ଲୋକ ମିଶିଥିଲେ । ଏ ସମ୍ପର୍କରେ ଖବର ପାଇଁ ବରଗଡ଼ ସଙ୍କଳ୍ପ ମଞ୍ଚ ବାରପାହାଡ ଜଙ୍ଗଲରେ ପହଞ୍ଚିିଥିଲେ । ବୃଦ୍ଧାଙ୍କୁ ଜଙ୍ଗଲରୁ ୨ କିମି ଷ୍ଟ୍ରେଚର ସାହାଯ୍ୟରେ ବାହାରକୁ ଆଣିବା ପରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ ।