କନକ ବ୍ୟୁରୋ: ବିଧାନସଭାରେ ଦେଖିବାକୁ ମିଳିଲା ନୂଆ ପରମ୍ପରା । ଅର୍ଥମନ୍ତ୍ରୀଙ୍କ ବଦଳରେ ପଞ୍ଚାୟତିରାଜ ମନ୍ତ୍ରୀ ଉପସ୍ଥାପନ କଲେ ଅତିରିକ୍ତ ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପଦ୍ମପୁର ପ୍ରଚାରରେ ମାତିଥିବା ବେଳେ ତାଙ୍କ ବଦଳରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗତକାଲି ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଶାସକ ବିଜେଡି ଦଳ ଏକ କଳା ପରମ୍ପରା ଆରମ୍ଭ କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ବିରୋଧୀଙ୍କ ହୋହଲ୍ଲା ଭିତରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୬ ହଜାର ୮ଶହ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ ଗୃହରେ ଆଗତ ହୋଇଥିଲା । ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ଅନୁପସ୍ଥିତିରେ ବିଧାନସଭାରେ ଆର୍ଥିକ ବଜେଟ୍ ଉପସ୍ଥାପନ କରିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଚଳିତ ବର୍ଷ ପାଇଁ ବଜେଟରେ ମୋଟ ୧୬,୮୦୦ କୋଟିର ବ୍ୟୟ ବରାଦ କରାଯାଇଥିଲା । ଯେଉଁଥିରୁ ପ୍ରଶାସନିକ ବ୍ୟୟ ନିମନ୍ତେ ୪୯୩୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବଜେଟରେ ଗୃହ ବିଭାଗ ପାଇଁ ୩୦୫ କୋଟିର ବ୍ୟୟ ବରାଦ କରାଯାଇଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲାଗି ୧୧୦୧.୫୧ କୋଟି, ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ ପାଇଁ ୭୮୨.୦୪ କୋଟି, ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଲାଗି ୮୫୪.୯୫ କୋଟି, ଜଳ ସମ୍ପଦ ବିଭାଗ ପାଇଁ ୧୫୯୫.୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/11/odisha-assembly_1626933273.jpg)