କନକ ବ୍ୟୁରୋ : ମଧ୍ୟାହ୍ନଭୋଜନରେ ଛାତ୍ରଛାତ୍ରୀଙ୍କୁ ମୁଢ଼ି ଦେଉଛନ୍ତି ଶିକ୍ଷକ । ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ସାଙ୍ଗକୁ ଖମଖିଆଲି ଉତର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଆଗରିଆ ଅଞ୍ଚଳରେ ଥିବା ବ୍ରହ୍ମପୁରା ୫ଟି ଅନ୍ତର୍ଭୁକ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ । ସରକାରଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡିକ ଗତ ୨୧ ତାରିଖରୁ ଖୋଲାଯାଇଛି ।
ତେଣ ସ୍କୁଲ ଖୋଲିବା ମାତ୍ରେ ସ୍କୁଲମାନଙ୍କରେ ସମସ୍ତ କାର୍ଯ୍ୟ ସଠିକ ଭାବରେ ତୁଲାଇବା ସ୍କୁଲର ପ୍ରଧାନ ଶିକ୍ଷକ ଓ ବିଭିନ୍ନ ଦାୟିତ୍ୱରେ ଥିବା ଶିକ୍ଷକମାନେ ତାଙ୍କର ଦାୟିତ୍ୱସମ୍ପର୍ଣ୍ଣ କରିବା ସେମାନଙ୍କର କର୍ତବ୍ୟ । ହେଲେ ଏଠାରେ କିଛି ଦାୟିତ୍ୱହୀନ ଶିକ୍ଷକ ସରକାରୀ ଚାକିରୀକୁ ଅବମାନନା କରିବା ସହ ଏହାକୁ ନିଜର ପୈତୃକ ସମ୍ପତି ଭାବି ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସହ ଖେଳ ଖେଳୁଛନ୍ତି । ଆଉ ସରକାରଙ୍କ ନାଁ ନେଇ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ମଧ୍ୟ ଛାଡୁନାହାନ୍ତି । ଅଭିଭାବକମାନେ ଅଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଫୋନ କରି ଏବିଷୟରେ ପଚାରିବାରୁ ଶିକ୍ଷକ ଜଣକ ସରକାର ଏବେ ପିଲାଙ୍କୁ ମୁଢି ଖାଇବାକୁ ଦେଉଛନ୍ତି ବୋଲି କହି ଏବେ ଅଡୁଆରେ ପଡିଛନ୍ତି ।