ଦୀପାବଳିରେ ଡିଜିଟାଲ ଲାଇଟ୍ ନୁହେଁ ଦୀପରେ ସଜାନ୍ତୁ ଘର । ପୁରୁଣା ସଂସ୍କୃତି ବଜାୟ ରଖିବାକୁ ପ୍ରୟାସ କରନ୍ତୁ । ଦୀପ ଜଳାଇବା ଦ୍ୱାରା ଘରେ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ଦୀପ ତିଆରି କରୁଥିବା କୁମ୍ଭକାରଙ୍କୁ ଉଚିତ୍ ମୂଲ୍ୟ ମିଳିପାରିବ । ଚାଇନା ଦୀପ, ଲାଇଟକୁ ବର୍ଜନ କରନ୍ତୁ । ମଲ ଓ ଦୋକାନରୁ ଲାଇଟ କିଣିବା ଅପେକ୍ଷା କୁମ୍ଭକାରଙ୍କ ଠାରୁ ଦୀପ କିଣନ୍ତୁ । ଏହାଦ୍ୱାରା ସେମାନଙ୍କ ପରିବାର ପ୍ରତିପୋଷଣରେ ସହାୟକ ହୋଇପାରିବ । ଦୀପାବଳୀକୁ ନେଇ କୁମ୍ଭକାର ରୋଜଗାରର ସ୍ୱପ୍ନ ଦେଖିଥାଏ ।
ପର୍ବକୁ ଉପଭୋଗ କରିବା ଅପେକ୍ଷା କିଛି ରୋଜଗାରର ଅଶା ଥାଏ । ପାର୍ବଣ ରୁତୁରେ ଚାଇନା ସାମଗ୍ରୀକୁ ବର୍ଜନ କରନ୍ତୁ । କମ୍ ପରିଶ୍ରମ ପାଇଁ ଲୋକେ ଲାଇଟରେ ଘର ସଜାଇବାକୁ ପସନ୍ଦ କରୁଛନ୍ତି । ଉତ୍ସବକୁ ଉପଭୋଗ କରିବା ପାଇଁ ଲାଇଟରେ ଘର ସଜାଇ ଥାଆନ୍ତି । ତେଣୁ ଚାଇନା ଲାଇଟ୍ ଆପେକ୍ଷା ସ୍ୱଦେଶୀ ଜିନିଷ କିଣନ୍ତୁ , କିନ୍ତୁ ଦୀପରେ ଘର ସଜାଇବା ଦ୍ୱାର ଘର ଭବ୍ୟ ଓ ସୁନ୍ଦର ଲାଗିଥାଏ । ଯାହା ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାର ବିଷୟ । ଏହା ଦ୍ୱାରା ଦେଶପ୍ରେମ ଜାଗ୍ରତ ହେବା ସହ ସ୍ୱଦେଶୀ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇପାରିବ । ପବଜୀ ଆପ୍ ଭଳି ଚାଇନା ସାମଗ୍ରୀ ବର୍ଜନ କରିବା ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/ujkmhjumh.jpg)