ଇଂଷ୍ଟାଗ୍ରାମରେ ଯୋଡି ହେଲା ନୂଆ ସୁବିଧା ! ଏଣିକି ଇଂଷ୍ଟାରେ ବୁକ୍ ହେବ ଫିଲ୍ମ ଟିକେଟ ଏବଂ ରେସ୍ତୋରାଂଣ୍ଟ ଟେବୁଲ । 

75

ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରିବାକୁ ଛାଡି ଫିଲ୍ମ ଟିକେଟ କିମ୍ବା ରେଷ୍ଟୁରାଣ୍ଟ ଟେବୁଲ ବୁକ କରି ପାରିବେ କି ? ଆମର ଏ କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ଏବେ ସମ୍ଭବ ହୋଇପାରିଛି । ଟେକ କ୍ରଂଚଙ୍କ ରିପୋର୍ଟ ଅନୁସାରେ କମ୍ପାନୀ ଏପରି ଏକ ନୁତନ ଫିଚର ତିଆରି କରିଛି ଯାହା ଇଂଷ୍ଟଗ୍ରାମରେ ବିଜନେସ ଆକାଉଣ୍ଟଗୁଡିକୁ ସର୍ଭିସ ଦେଇପାରିବ । ଏଥିରେ ଆମେରିକା ଏବଂ ବ୍ରିଟେନର ଆକାଉଣ୍ଟକୁ ସାମିଲ କରାଯାଉଛି ଯାହା ଫଳରେ ରେଷ୍ଟୁରାଣ୍ଟର ଟେବୁଲ ବୁକ କରାଯାଇପାରିବ । ଏହା କେବଳ ଟେବୁଲ ବୁକ୍ କରିବାରେ ସୀମିତ ରହିବ ନାହିଁ ଏଥିରେ ଅଲଗା ଅଲଗା ସର୍ଭିସ ପାଇବାର ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଯେପରିକି ସପିଙ୍ଗ ଏବଂ ଫିଲ୍ମ ଟିକେଟ ବୁକ୍ କରିବା ଇତ୍ୟାଦି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଇଂଷ୍ଟାଗ୍ରାମ ଏହି  ଆପ ପେମେଣ୍ଟ ଫିଚରକୁ ନିଜ ସହ ନିରବତାର ସହ ଯୋଡି ସାରିଛି । ରିପୋର୍ଟ ଅନୁସାରେ ୟୁଜର୍ସ ନିଜର କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡକୁ ଏହି ଫିଚରରେ ଷ୍ଟୋର କରିପାରିବେ ଏବଂ ସେଥିରେ ନିଜର ପିନ କୋର୍ଡ ମଧ୍ୟ ଦାଖଲ କରିପାରିବେ । କେବଳ ସେତିକି ନୁହେଁ ୟୁଜର୍ସ ଚାହିଁଲେ ଇଂଷ୍ଟାଗ୍ରାମ ଭିତରେ ସପିଂ ମଧ୍ୟ କରିପାରିବେ । ମିଳିଥିବା ସୁଚନା ଅନୁଯାୟୀ, ଏହି ସୁବିଧା ବର୍ତ୍ତମାନ ନିର୍ଦ୍ଧିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ଉପଲବ୍ଧ ରହିଛି । ଏହି ଫିଚର ଠିକ ଭାବରେ କାମ କରୁଛି କି ନାହିଁ କମ୍ପାନୀ ଏହାକୁ ଏବେ ଚେକ କରୁଛି । ଯଦି କମ୍ପାନୀ ଏଥିରେ ସଫଳତା ଲାଭ କରେ ତେବେ ଏହା ସାଧାରଣ ଲୋକ ମାନଙ୍କ ପାଇଁ ଲାଗୁ କରାଯିବ । ତେବେ କମ୍ପାନୀ ଏହା ମଧ୍ୟ କହିଛି ଯେ, ଇଂଷ୍ଟାଗ୍ରାମର ୮୦୦ ମିଲିୟନ ୟୁଜର୍ସ ରହିଛନ୍ତି । ତେଣୁ ଏହାକୁ ଆଖି ଆଗରେ ରଖି ଆଗକୁ ଇଂଷ୍ଟାଗ୍ରାମରେ ନୂଆ ନୂଆ ଫିଚର ଆଡ କରାଯିବ । ଯେପରିକି ଇଂଷ୍ଟାରେ ଭିଡିଓ କଲର ଫିଚର ସାମିଲ କରିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି ।