ମହଙ୍ଗା ପଡିଲା ଇନଷ୍ଟାଗ୍ରାମରୁ ଇସ୍କ । ତାମିଲନାଡୁରୁ ଆସି ଯାଜପୁରର ବନ୍ଦ ଘରୁ ମିଳିଲେ ଦୁଇ ଭଉଣୀ । ବିବାହର ପ୍ରତିଶ୍ରୁତି ଦେଇଥିଲା ପ୍ରେମିକ ।

Advertisment
ମହଙ୍ଗା ପଡିଲା ଇନଷ୍ଟାଗ୍ରାମରୁ ଇସ୍କ । ତାମିଲନାଡୁରୁ ଆସି ଯାଜପୁରର ବନ୍ଦ ଘରୁ ମିଳିଲେ ଦୁଇ ଭଉଣୀ  । ବିବାହର ପ୍ରତିଶ୍ରୁତି ଦେଇଥିଲା ପ୍ରେମିକ ।

କନକ ବ୍ୟୁରୋ: ଇନଷ୍ଟାଗ୍ରାମରୁ ପ୍ରେମ । ଆଉ ଶେଷରେ ବନ୍ଦ ଘରୁ ଉଦ୍ଧାର ହୋଇଛନ୍ତି ଦୁଇ ଯୁବତୀ । ଯାଜପୁର ଟାଉନଥାନା ସୁନ୍ଦୁରେଇମୁହଁ ଅଂଚଳରୁ ୨ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ୩ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ବଲାଙ୍ଗୀର ଖପ୍ରାଖୋଲ ଅଂଚଳର ଦୁଇ ଭଉଣୀଙ୍କୁ ଇନଷ୍ଟାଗ୍ରାମରେ କଥା ହୋଇ ପ୍ରେମ ଜାଲରେ ଫସାଇଥିଲା ଯାଜପୁରର ଯୁବକ ରଂଜିତ ସାହୁ । ଏହି ଦୁଇ ଭଉଣୀ ତାମିଲନାଡୁରେ ଟେଲରିଂ କାମ କରୁଥିଲେ । ଦୁଇ ଜଣ ରଂଜିତ ସହ କଥା ହୋଇ ପ୍ରେମ କରିବସିଥିଲେ । ଶେଷରେ ରଂଜିତ ତାଙ୍କୁ ବିବାହ କରିବାକୁ ଯାଜପୁର ଡକାଇଥିବା ବେଳେ ଦୁଇ ଭଉଣୀ ମଧ୍ୟ ତାମିଲନାଡୁରୁ ଯାଜପୁର ପହଂଚିଯାଇଥିଲେ । ଅଭିଯୁକ୍ତ ଜଣଙ୍କ ଦୁଇ ଭଉଣୀଙ୍କୁ ଏକ ବନ୍ଦ କୋଠରୀରେ ତାଲା ପକାଇ ରଖିଥିଲେ । କୌଣସି ମତେ ସେମାନେ ସେଠାରୁ ଖସି ଯାଇ ପୁଲିସକୁ ଖବର ଦେଇଥିଲେ । ଘଟଣା ନେଇ ଅଭିଯୁକ୍ତର ମା’ ଓ ଦୁଇ ଭାଇଙ୍କୁ ଅଟକ ରଖିବା ସହିତ ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe